scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡିସେମ୍ବର ୦୮ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

8/12/2023 at 7:21 AM

ମେଷ – ଷଷ୍ଠ ଚନ୍ଦ୍ର ଯୋଗୁଁ ସବୁ ପ୍ରକାର ଶୁଭ ଦାୟକ । ବନ୍ଧୁ ମିଳନର ଯୋଗରହିବ। ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପରେ ଆପଣ ବହୁତ ଖୁସି ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । । ବିଦ୍ୟାର୍ଥୀ ମାନେ ପାଠ କୁ ଅଧିକ ଗୁରୁତ୍ଵ ଦେବେ।

ବୃଷ – ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଙ୍ଗରେ କୌଣସି ଆଘାତ ଲାଗିପାରେ । ଅପଦସ୍ତ ହେବାରୁ ନିଜକୁ ରୋକନ୍ତୁ । ମାନସିକ ଚିନ୍ତାରେ ରହି ନିଷ୍ପତି ନେବେ । ଛାତ୍ର ଛାତ୍ରୀ ମାନେ ବ୍ୟସ୍ତତାରେ ଦିନ କାଟିବେ। ବ୍ୟବସାୟ ମଧ୍ୟମ ଫଳ ଦେବ ।ଦାମ୍ପତ୍ୟ ଜୀବନରେ କଳହ। ଲାଗିପାରେ ।

ମିଥୁନ – ପାରିବାରିକ ଜୀବନ ଉତ୍ତମ ରହିବ ହେଲେ ମଧ୍ୟ, ମନ ସାମାନ୍ୟ ଚିନ୍ତାରେ ରହିପାରେ । ଶାରୀରିକ ଅସୁସ୍ଥତା ମଧ୍ୟ କିଛି ଦେଖା ଦେବ । ବ୍ୟବସାୟରେ ଯାତ୍ରା କରି ପାରନ୍ତି ଯାହା ଆପଣଙ୍କୁ ଲାଭଦାୟକ ହେବ। ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

କର୍କଟ – ତୃତୀୟ ଚନ୍ଦ୍ର ଯୋଗ ରହି ଥିବାରୁ , ଦିନଟି ଖୁସିରେ କଟିବ ଭ୍ରମଣର ଯୋଗ ରହିବ । କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ । ଚାକିରିରେ ପଦୋନ୍ନତି ମିଳିବ । ଲାଗିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ଲାଭ କରିବେ ।

ସିଂହ – ସମସ୍ୟା ଦେଖା ଦେବ ।ତଳିପେଟରେ ଯନ୍ତ୍ରଣା ଦେଖା ଦେବ ଆର୍ଥିକ ବ୍ୟୟରେ ଦିନଟି କଟିବ । ବଡ଼ ସଫଳତା ମିଳି ନ ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ ।ଅଧିକ ପରିଶ୍ରମରେ ଦିନଟି କଟିବ । ବିଦ୍ୟାର୍ଥୀ ଅମନଯୋଗୀ ହୋଇ ପାରନ୍ତି ।

କନ୍ୟା – ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ । ଉତ୍ତମ ଫଳ ଲାଭ ହେବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମାନ ସମ୍ମାନ ମିଳିବ । ବିଦ୍ୟାର୍ଥୀ ମାନେ ଅଧିକ ମନୋନିବେଶ କରିବେ ।

ତୁଳା – କୌଣସି କାର୍ଯ୍ୟ କିମ୍ବା ବାସ୍ତୁ କୁ ନେଇ ଆଶାବାଦୀ ହୋଇ ରହିବେ। ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଶୁକ୍ରବାର ପ୍ରାପ୍ତ ହେବ । ଆୟର ଯୋଗ ଉତ୍ତମ ରହିବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି। ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ ।

ବିଛା – ଏକାଦଶ ଚନ୍ଦ୍ର ରେ ସର୍ବ କାର୍ଯ୍ୟ ସଫଳ ହେବା ସହ ଗୃହରେ ନୂତନ କାର୍ଯ୍ୟ ଆରମ୍ଭ ହେବ । ଦିନଟିରେ ବହୁତ୍ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ ।

ଧନୁ – ଦଶମ ଚନ୍ଦ୍ରରେ ସର୍ବ କର୍ଯ୍ୟ ସଫଳ ଚନ୍ଦ୍ରରେ ସର୍ବଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁ ନ ଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ମକର -ଆସନ୍ତାକାଲି ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ ।ଶତ୍ରୁ ଭୟ ରହିବ । ଚିନ୍ତାକୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ । ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖା ଦେଇପାରେ ।

କୁମ୍ଭ – ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ଅଙ୍ଗରେ ଆଘାତ ଲାଗିପାରେ । ବ୍ୟବସାୟରେ ଧୀର ବୃଦ୍ଧି ହେବ । ଆୟ ଠାରୁ ବ୍ୟୟବଢିବ ରହିବ । ଅଧିକ ପରିଶ୍ରମ ମଧ୍ୟ ଆସନ୍ତାକାଲି କରିବାକୁ ପଡିପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ ।

ମୀନ – ସପ୍ତମ ଚନ୍ଦ୍ର ଯୋଗୁଁ ପରିବାରରେ ସୁଖ ସନ୍ତୋଷ ରହିବ । ଚାକିରିରେ ଉତ୍ତମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଶୁକ୍ରବାର ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର

ଯୋଗାଯୋଗ – 8249826682

   Related Posts