scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅକ୍ଟୋବର ୦୫ ତାରିଖ, ଗୁରୁବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

5/10/2023 at 7:16 AM

ମେଷ – ଆସନ୍ତାକାଲି ଦିନଟି ଏତେ ଭଲ ଫଳ ଦେବ ନାହିଁ । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିଲେ ମଧ୍ୟ ଖର୍ଚ୍ଚ ଅଧିକ ହେବ । ଦମ୍ପତି ମାନଙ୍କ ପାଇଁ ଦିନଟି ଭଲ ରହିବ ।

ବୃଷ – ଗୁରୁବାର ଆପଣଙ୍କୁ ଉତ୍ତମ ଫଳ ଦେବ । ସ୍ବାସ୍ଥ୍ୟାବସ୍ଥା ଖୁବ୍ ଭଲ ରହିବ । ଅଟକି ଥିବା କାର୍ଯ୍ୟ ଆରମ୍ଭ କରିବେ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । ଦାମ୍ପତ୍ୟ ଜୀବନରେ ଥିବା କିଛି ଅସୁବିଧା ଦେଖା ଦେବ ।

ମିଥୁନ –  ଗୁରୁବାର ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ପଦୋନ୍ନତିର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ ।

କର୍କଟ – ଆୟରେ ବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ଅବସ୍ଥା ଉତ୍ତମ ରହିବ । ଚାକିରି କ୍ଷେତ୍ରରେ ଜଗି ରଖି ଚଳନ୍ତୁ । ବ୍ୟବସାୟ ମଧ୍ୟମ ଫଳ ଦେବ । ଛାତ୍ର ଛାତ୍ରୀ ମାନେ ନିଜ ଗୁରୁଜନ ଙ୍କୁ ମାନି ଚଳନ୍ତୁ । ନୂତନ ଦ୍ରବ୍ୟ କ୍ରୟ କରିବେ ।

ସିଂହ – କୌଣସି ବାହ୍ୟ ସ୍ଥାନରୁ ସମ୍ମାନ ମିଳିପାରେ । ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ । ଚାକିରି କ୍ଷେତ୍ର ସାମାନ୍ୟ ରହିବ । ବ୍ୟବସାୟରେ ନିବେଶ କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।

କନ୍ୟା – ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ମାନ ସମ୍ମାନରେ ବୃଦ୍ଧି , ଯଶ ପ୍ରତିଷ୍ଠା ଲାଭ ଯୋଗ ରହିଛି । ବ୍ୟବସାୟରେ ନିବେଶ କରିବା ଆଗରୁ ଥରେ ଭାବିନେବା ଉଚିତ୍ । ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତା ରେ ବିଜୟୀ ହେବେ ।

ତୁଳା– ହଠାତ୍ କ୍ଷତିରେ ଆପଣ ପଡ଼ି ପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଦରକାର । ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ । ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣି ପାରନ୍ତି । ଜୀବନ ସାଥି ଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ ।

ବିଛା – ଗୃହରେ ଶାନ୍ତି ବଜାୟ ରହିବ । ନିବେଶକୁ ପୁନାରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିଛି । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବ । ଚାକିରିରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି । ବ୍ୟବସାୟରେ ଆଶାନୁରୂପ ଲାଭ ହେବ ।

ଧନୁ– ନିଜ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଶତଚେଷ୍ଟିତ ହେବେ । ଗୃହ ,ଜମି ,ଗାଡ଼ି କିଣିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପରିବାରର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମାଲି ମୋକଦ୍ଦମା ର ଅନ୍ତ ଘଟିବ । ବୈବାହିକ ଜୀବନରେ କଳହ ଯୋଗ ରହିଛି ।

ମକର – ଆୟ କମ ଓ ବ୍ୟୟ ଅଧିକ ହେବ । ପରିବାରରେ ମନୋମାଳିନ୍ୟ ଦେଖା ଦେବ । ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଘଟି ପାରେ । ସନ୍ତାନ ଙ୍କ ପ୍ରତି ଯଥେଷ୍ଟ ଯତ୍ନ ବାନ ହୁଅନ୍ତୁ । ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ।

କୁମ୍ଭ – ମିତ୍ରଙ୍କ ଦ୍ଵାରା ଲାଭବାନ ହେବେ । ବ୍ୟବସାୟରେ ଅନେକ ଲାଭ ଯୋଗ ରହିଛି । ହଠାତ୍ ଆୟ ହୋଇ ପାରେ । କାର୍ଯ୍ୟ ବୋଝରୁ ନିସ୍ତାର ମିଳିବ । କର୍ମ କ୍ଷେତ୍ରରେ ସହ ଯୋଗ ମିଳିବ । ଅଧିକ ପରିଶ୍ରମ ହୋଇ ପାରେ ।

ମୀନ – କୌଣସି କାର୍ଯ୍ୟକୁ ନେଇ ମନ ଉତ୍ସାହ ବୃଦ୍ଧି ପାଇବ । କାହାକୁ ଗୁରୁବାର ଉଧାର ଦିଅନ୍ତୁ ନାହିଁ । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବ । କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିବ । ଦମ୍ପତିଙ୍କ ମଧ୍ୟରେ ଉତ୍ତମ ବୁଝବଣା ଦେଖା ଦେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର , ଯୋଗାଯୋଗ – 8249826682

   Related Posts