scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡିସେମ୍ବର ୦୩ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

3/12/2023 at 7:11 AM

ମେଷ -ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ରବିବାର ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି ।ପୁରୁଣା ଋଣକୁ ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ ।ଅଟକି ରହିଥିବା ଧନ ପ୍ରାପ୍ତ ହେବ ।

ବୃଷ- ଆର୍ଥିକ ଅନଟନ ଭିତରେ ଦିନଟି କଟିବ। ଦିନଟି ମିଶ୍ର ଫଳ ଦେବ ।କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ । ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତି ପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖା ଦେବ।

ମିଥୁନ – ସମ୍ମାନରେ ହାନି ଘଟିବ। ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇ ପାରେ। ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। କିଛି ନୂତନ ସମ୍ପତ୍ତି ଅର୍ଜନ ହେତୁ ପରିବେଶ ସୁଖଦ ହେବ ।

କର୍କଟ – ଭ୍ରମଣର ଯୋଗ ରହିବ ।ଅନାରେ ଉଚ୍ଚ ଆଶା ଭରି ରହିବ।ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ ବଢିପାରେ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ ।

ସିଂହ – ଆଦି ଦିନଟି ରେ ଆଶାବାଦୀ ହୋଇ ରହିବେ । ଅଯଥା ଅର୍ଥ ବ୍ୟୟ ହେବ ।ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି। ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।

କନ୍ୟା – ଚାକିରିରେ ଉତ୍ତମ ଫଳ ପ୍ରାପ୍ତ ହେବ। ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟା ବୃଦ୍ଧି ପାଇବ । ଭାଇମାନଙ୍କ ସହଯୋଗ ମିଳିବ ।

ବତୁଳା– ରବିବାର ଆପଣଙ୍କୁ ଉତ୍ତମ ଫଳ ଦେବ । ସ୍ବାସ୍ଥ୍ୟାବସ୍ଥା ଖୁବ୍ ଭଲ ରହିବ । ଅଟକି ଥିବା କାର୍ଯ୍ୟର ଆରମ୍ଭ ଆଜି କରିବେ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । ଦାମ୍ପତ୍ୟ ଜୀବନ ରେ ଥିବା କିଛି ଅସୁବିଧା ଦେଖା ଦେବ ।

ବିଛା – ଆର୍ଥିକ ବ୍ୟୟ ହେବ। ଦିନଟିରେ ମାନସିକ ପରିଶ୍ରମ ଅଧିକ ରହିବ।ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

ଧନୁ – ଆସନ୍ତାକାଲି ଦିନଟି ଏତେ ଭଲ ଫଳ ଦେବ ନାହିଁ । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିଲେ ମଧ୍ୟ ଖର୍ଚ୍ଚ ଅଧିକ ହେବ । ଦମ୍ପତି ମାନଙ୍କ ପାଇଁ ଦିନଟି ଭଲ ରହିବ ।

ମକର– ଯଦି ଭ୍ରମଣ କରୁଛନ୍ତି ତାହେଲେ ଆସନ୍ତାକାଲି ଦିନଟି ଲାଭଦାୟକ ହେବ। ଅଟକି ରହିବ କାର୍ଯ୍ୟ ଏହି ସଂପୂର୍ଣ୍ଣ ହେବ।। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି ।ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ ।

କୁମ୍ଭ– ଅଙ୍ଗରେ ଆଘାତ ଲାଗିପାରେ ।ପରିବାରରେ ସମସ୍ୟା ବଢିବ।ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ ।କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ । ବିଦ୍ୟାର୍ଥୀ ମାନେ ସକରାତ୍ମକ ଚିନ୍ତାଧାରାରେ ରହିବେ।

ମୀନ – ସର୍ବ କାର୍ଯ୍ୟ ସିଦ୍ଧି ହେବ । ମନରେ ସାମାନ୍ୟ ଆତ୍ମ ଗର୍ବ ରହିବ। ନୂତନ ଚାକିରିରେ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ନୂଆ ସୁଯୋଗ ସୃଷ୍ଟି ହେବ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ । ବ୍ୟବସାୟ ଆଶାନୁରୂପ ଫଳ ଦେବ ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର, ଯୋଗାଯୋଗ – 8249826682

   Related Posts