ଯାତ୍ରୀଗଣ ଦୟା କରି ଧ୍ୟାନ ଦିଅନ୍ତୁ; କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ପରେ ଏହି ସବୁ ଟ୍ରେନ୍‌ ବାତିଲ

Published By : Prameya-News7 Bureau | June 03, 2023 IST

ଭୁବନେଶ୍ଵର ୦୩।୦୬: ଶୁକ୍ରବାର ଅର୍ଥାତ୍‌ ଗତକାଲି ବାଲେଶ୍ଵରରେ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହା ପରେ ସେହି ରୁଟ୍‌ରେ ଥିବା ଅନେକ ଟ୍ରେନ୍ ବାତିଲ କରାଯାଇଛି। କିଛି ଟ୍ରେନର ରୁଟ୍‌କୁ ଡାଇଭର୍ଟ କରାଯାଇଛି । କହିବାକୁ ଗଲେ ଯେ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୨୮୮ରୁ ଅଧିକ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ବାହାନଗାରେ ତିନୋଟି ଭିନ୍ନ ଟ୍ରାକରେ ବେଙ୍ଗାଲୁରୁ-ହାୱ୍ଵଡା ସୁପରଫାଷ୍ଟ ଏକ୍ସପ୍ରେସ, କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲଗାଡି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ ଅନେକ ଟ୍ରେନ୍ ବାତିଲ୍ ହୋଇ କିଛି ରୁଟ୍ ପରିବର୍ତ୍ତନ କରାଯାଇଥିଲା । ରେଳୱେ ଜଣେ ଅଧିକାରୀ କହିଛନ୍ତି ଯେ ହାୱଡା ଯାଉଥିବା ୧୨୮୬୪ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର ଅନେକ କୋଚ୍ ବାହାନଗା ପଟରୀରେ ଖସିପଡିଥିଲା।

ଏହି ଦୁର୍ଘଟଣା ପରେ ବାତିଲ ହୋଇଥିବା ଟ୍ରେନ୍‌ର ଲିଷ୍ଟ-

୧୨୮୩୭ ପୁରୀ ହାୱଡା ଏକ୍ସପ୍ରେସ୍

୧୨୮୬୩ ହାୱରା-ସାର୍ ଏମ ବିଶ୍ୱଭରେୟା ଟର୍ମିନାଲ୍ ଏକ୍ସପ୍ରେସ

୧୨୮୩୯- ହାୱଡା ଚେନ୍ନାଇ ମେଲ

୧୨୮୯୫ ଶାଲିମାର -ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ

୨୦୮୩୧ ଶାଲିମାର-ସମ୍ବଲପୁର ଏକ୍ସପ୍ରେସ

୦୨୮୩୭ ସାନ୍ତ୍ରାଗାଛି - ପୁରୀ ବିଶେଷ ସ୍ପେଶାଲ

୨୨୨୦୧ ସିଆଲହହ - ପୁରୀ ଦୁରନ୍ତ ଏକ୍ସପ୍ରେସ

୦୮୪୧୧ ବାଲେଶ୍ଵର - ଭୁବନେଶ୍ୱର ସ୍ପେଶାଲ୍

୦୮୪୧୫ ଜଲେଶ୍ୱର - ପୁରୀ ସ୍ପେଶାଲ

୧୨୮୯୧ ବାଙ୍ଗରୀପଶି-ପୁରୀ ଏକ୍ସପ୍ରେସ୍

୧୮୦୨୧ ଖଡଗପୁର-ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ

୦୮୦୬୩ ଖଡଗପୁର - ଭଦ୍ରକ ସ୍ପେଶାଲ

୨୨୮୯୫ ହାୱଡା-ପୁରୀ ଏକ୍ସପ୍ରେସ

୧୨୭୦୩ ହାୱଡା-ସିକନ୍ଦରାବାଦ ଏକ୍ସପ୍ରେସ

୧୨୮୨୧ ଶାଲିମାର - ପୁରୀ ଏକ୍ସପ୍ରେସ

୧୮୦୪୫ ଶାଲିମାର - ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ

୨୦୮୮୯ ହାୱଡା-ତିରୁପତି ଏକ୍ସପ୍ରେସ

୧୮୦୪୪ ଭଦ୍ରକ-ହାୱଡା ଏକ୍ସପ୍ରେସ

୧୨୦୭୩  ହାୱଡା-ଭୁବନେଶ୍ୱର ଏକ୍ସପ୍ରେସ

୧୨୦୭୪ ଭୁବନେଶ୍ୱର - ହାୱଡା ଏକ୍ସପ୍ରେସ

୧୨୨୭୭ ହାୱଡା-ପୁରୀ ଶତାବ୍ଦି ଏକ୍ସପ୍ରେସ

୧୨୦୭୮ ପୁରୀ-ହାୱଡା ଶତାବ୍ଦି ଏକ୍ସପ୍ରେସ

୦୮୦୬୪ ଭଦ୍ରକ - ଖଡଗପୁର ସ୍ପେଶାଲ

୨୨୮୯୬  ପୁରୀ – ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

୦୮୪୧୬  ପୁରୀ-ଜଲେଶ୍ୱର ସ୍ପେଶାଲ୍

୦୮୪୩୯ପୁରୀ-ପାଟନା ସ୍ପେଶାଲ

ଏହି ଟ୍ରେନ ଗୁଡିକର ରୁଟ୍‌ ପରିବର୍ତ୍ତନ କରାଯାଇଛି:

୧୨୮୦୧  ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ ଜଖପୁରା ଏବଂ ଜରୋଲି ରୁଟ୍‌ରେ ଚାଲିବ।

୨୨୮୫୦ ସିକନ୍ଦରାବାଦ – ଶାଲିମାର ଏକ୍ସପ୍ରେସ ଜଖପୁରା ଏବଂ ଜରୋଲି ଦେଇ ସିକନ୍ଦରାବାଦ ଛାଡିବ।

୨୨୮୦୪  ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ସମ୍ବଲପୁରରୁ ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଚାଲିବ ।

୧୨୫୦୯ ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ ଭିଜୟନଗରମ-ଟିଟିଲାଗଡ-ଝାରସୁଗୁଡା-ଟାଟା ରୁଟ୍‌ ଦେଇ ଚାଲିବ

୧୫୯୨୯  ତାମ୍ବରମ୍-ନ୍ୟୁ ତିନସୁକିଆ ଏକ୍ସପ୍ରେସ ତାମ୍ବରମ୍ ରୁ ରାନୀତାଲ-ଜାରୋଲି ମାର୍ଗ ଦେଇ ଚାଲିବ।

୨୨୮୦୭ ସନ୍ତ୍ରାଗାଛି-ଚେନ୍ନାଇ ଏକ୍ସପ୍ରେସ ଯାତ୍ରା ଟାଟାନଗର ଦେଇ ଯିବ।

୨୨୮୭୩  ଦିଘା-ବିଶାଖାପାଟନମ୍ ଏକ୍ସପ୍ରେସ ଟାଟାନଗର ଦେଇ ଚାଲିବ ।

୧୮୪୦୯  ଶାଲିମାର – ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଟାଟାନଗର ଦେଇ ଚାଲିବ।

୨୨୮୧୭ ହାୱଡା-ମୈସୁର ଏକ୍ସପ୍ରେସ ଟାଟାନଗର ଦେଇ ଚାଲିବ।

You Can Read:

wp:embed {"url":"https://www.prameyanews7.com/odisha-coromandel-express-train-accident-news-one-of-the-deadliest-in-indian-railways-history/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-coromandel-express-train-accident-news-one-of-the-deadliest-in-indian-railways-history/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.