oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଲାଇମ୍‌ ଲାଇଟ୍‌ରେ ରହୁଥିବା ଷ୍ଟାରକିଡ୍‌ କେତେ ଶିକ୍ଷିତ ? ଜାଣନ୍ତୁ ତାଙ୍କର ଏଜୁକେସନ୍‌ କ୍ଵାଲିଫିକେସନ୍‌

25/07/2022 at 3:30 PM

ନୂଆଦିଲ୍ଲୀ ୨୫।୦୭: ବଲିଉଡ ଡିଭା । ସେନ୍ସସେସନ କୁଇନ । ୟଙ୍ଗ ସେନ୍‌ସେସନ। ସେମାନଙ୍କ ଆକ୍ଟିଂ, ଡ୍ୟାନ୍ସ ଓ ଚେହେରାର ସଭିଏଁ ଥିଲେ ଦିଓ୍ୱାନା। ନିଉ କମର ଷ୍ଟାରକିଡ୍‌ଙ୍କ ଦବଦବା। କିଏ ଅଭିନୟର ଜଲୱା ଦେଖାଉଛି ତ ଆଉ କିଏ ପ୍ରସ୍ତୁତ ହେଉଛି । ତେବେ ପାରିବାରିକ ପ୍ରଫେସନ୍‌ ଆଧାରରେ ଏଣ୍ଟ୍ରି ମାରିଥିବା ସବୁ ଷ୍ଟାର କିଡଙ୍କ ପାଠ କେତେ  ? ଏଭଳି ଅନେକ ଷ୍ଟାରକିଡ୍‌ଙ୍କ ଶିକ୍ଷାଗତ ଯୋଗ୍ୟତା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

ସାରା ଅଲୀ ଖାନ୍- ସାରା ତାଙ୍କ ଅଭିନୟ ଖୁବ୍‌ ଦକ୍ଷ । ତାଙ୍କର ଅନେକ ଫ୍ୟାନ୍‌ ଫଲୋୟର୍ସ । ସିମ୍ବାରେ ଡେବ୍ୟୁ କିନ୍ତୁ କେଦାରନାଥରେ ସକ୍ସେସ୍ । ତେବେ ସେ ଅନେକ ପ୍ରଶଂସକଙ୍କ ହୃଦୟରେ କରନ୍ତି ରାଜ୍‌। ସାରାଙ୍କ ସ୍କୁଲିଂ ମୁମ୍ବାଇର ବେସେଣ୍ଟ ମୋଣ୍ଟେସୋରୀରେ କରିଥିଲେ ଆରମ୍ଭ । ଏହା ପରେ ନ୍ୟୁୟର୍କରେ ହିଷ୍ଟ୍ରି ଏବଂ ପଲିଟିକାଲ ସାଇନ୍ସରେ କରିଥିଲ ଗ୍ରାଜ୍ୟୁସନ୍‌ । ଅମ୍ରିତା ସିଂ- ସୈଫ୍‌ଅଲ୍ଲୀଙ୍କ ଝିଅ ବୋଲି ବଲିଉଡ୍‌ ଏଣ୍ଟ୍ରି ହୋଇଥିଲା ସହଜ ।

ଜାହ୍ନବୀ କପୁର- ବୋନି କପୁର-ଶ୍ରୀଦେବୀଙ୍କ ଲାଡଲୀ ଜାହ୍ନବୀ। ସେ ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରୁ ଆରମ୍ଭ କରିଥିଲେ ସ୍କୁଲିଂ। କାଲିଫର୍ଣ୍ଣିଆର ଷ୍ଟେସ୍‌ବର୍ଗ ଥିଏଟର ଆଣ୍ଡ ଫିଲ୍ମ ଇଣ୍ଟିଚ୍ୟୁଟ୍‌ରେ କରିଛନ୍ତି ଆକ୍ଟିଂ । ପରେ ବି-ଟାଉନ୍‌ରେ କରିଥିଲେ ନିଜର ଡେବ୍ୟୁ ।

ଅନନ୍ୟା ପାଣ୍ଡେ- ‘ଗେହରାଇୟାଁ’ର ଫେମ୍‌ ଅନନ୍ୟା ପାଣ୍ଡେ। ଅନନ୍ୟା ଧୀରୁବାଇ ଅମ୍ବାନୀ ଇନଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ପଢିଥିଲେ। ସ୍କୁଲିଂ ପରେ ଲସ୍‌ ଆଞ୍ଜେଲସ୍‌ର ସାଉଥ କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ କରିଛନ୍ତି ଡିଗ୍ରୀ। ଆକ୍ଟି କୋର୍ସ୍ ର ସାର୍ଟିଫିକେଟ ଅଛି କି ନା ତାହା ଜଣାନାହିଁ।

ନବ୍ୟା ନବେଲି ନନ୍ଦା- ବିଗ୍‌ ବିଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା। ଇଣ୍ଟଷ୍ଟ୍ରିଆଲିଷ୍ଟ ବିଜିନେସମ୍ୟାନ ନିଖିଲ୍‌ ନନ୍ଦା.ଓ ଶ୍ବେତା ବଚ୍ଚନଙ୍କ ଝିଅ।  ସେ ତାଙ୍କ ଫିଟ୍‌ନେସ୍‌ ପାଇଁ ଥାଆନ୍ତି ଚର୍ଚ୍ଚାରେ। ସେଭେନୋକ୍ସ ସ୍କୁଲ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ନିକଟରେ ସେ ନ୍ୟୁୟର୍କର ଫୋର୍ଡହମ୍‌ ୟୁନିଭର୍ସିଟିରୁ ଗ୍ରାଜୁଏସ୍ନ କରିଛନ୍ତି। ଏବେ ସେ ଆମେରିକାରେ ରହି କରୁଛନ୍ତି ସ୍ପେସିଆଲାଇଜେସନ କୋର୍ସ ।

ଖୁସି କପୁର- ବୋନୀ-ଶ୍ରୀଦେବୀଙ୍କ ସାନ ଝିଅ ଖୁସି । ବଡ ଭଉଣଆ ଜାହ୍ନବୀଙ୍କ ଭଳି ତାଙ୍କ ସ୍କୁଲିଂ ମଧ୍ୟ ଧୀରୁବାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲ୍‌ରେ । ପରେ ସେ ନ୍ୟୁୟର୍କ ଫିଲ୍ମ ଏକାଡେମୀରୁ କ୍ୟାରିୟର କୋର୍ସ କରିଛନ୍ତି ।

ଆର୍ଯ୍ୟନ୍‌ ଖାନ୍‌- କିଙ୍ଗ୍‌ ଖାନ୍‌ଙ୍କ ଗେହ୍ଲା ପୁଅ ଆର୍ଯ୍ୟନ୍‌। ଫ୍ରେଣ୍ଡ ସରକ୍ଲ ପାଇଁ କଣ୍ଟ୍ରୋଭର୍ସିରେ ଫସିଥିଲେ । ହେଲେ ସେ ଲଣ୍ଡନର ସେଭେନୋକ୍ସ ହାଇସ୍କୁଲ୍‌ରେ ପଢିଛନ୍ତି। ପରେ ସାଉଥ କାର୍ଲିଫୋର୍ଣ୍ଣିୟା ୟୁନିଭର୍ସିଟିରୁ କୋର୍ସ କରିଛନ୍ତି ।

ଇବ୍ରାହିମ୍‌ ଅଲୀ ଖାନ୍‌- ସୈଫ୍‌- ଅମୃତାଙ୍କ ପୁଅ ଇବ୍ରାହିମ୍‌ । ସେ ବି ଧୀରୁବାଇ ଅମ୍ବାନୀ ଇଣ୍ଟର ନ୍ୟାସନାଲ ସ୍କୁଲ୍‌ରେ ସାରିଥିଲେ ସ୍କୁଲିଂ। ପରେ ସେ ଲଣ୍ଡନ ପାଠ ପଢିବାକୁ ଯାଇ ବୋର୍ଡିଂ ସ୍କୁଲରେ ରହିଥିଲେ  ।

ସୁହାନା ଖାନ୍‌-ଷ୍ଟାର କିଡ୍‌ଙ୍କ ମଧ୍ୟରୁ ଚର୍ଚ୍ଚିତ ଚେହେରା ସୁହାନା ଖାନ୍‌। ତାଙ୍କ ନୂଆ ଲୁକ୍‌ ପାଇଁ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ପାଠ ପଢା ଆରମ୍ଭ କରିଥିଲେ। ପରେ ନ୍ୟୁୟର୍କ ୟୁନିଭର୍ସିଟିରେ ଆକ୍ଟିଂ କୋର୍ସ କରିଛନ୍ତି । ପାଠ ସହ ଖେଳରେ ବି ମାହିର । ସେ ଜଣେ ଭଲ ଫୁଟବଲ୍‌ର ।

   Related Posts