ଫେବୃଆରୀ ୦୯ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | February 09, 2024 IST

ମେଷ– ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଉତ୍ତମ ଫଳ ପ୍ରାପ୍ତ ହୋଇପାରେ । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଅର୍ଥପ୍ରାପ୍ତିର ଯୋଗ ରହିଛି । ମାତା ପିତାଙ୍କ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ ।

ବୃଷ– ଦିନଟି ସଂପୂର୍ଣ୍ଣ ଭଲରେ କଟିବ । ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ସେବା ପୂଜାରେ ମନୋନିବେଶ କରିବେ । କରିଥିବା ଭଲ କର୍ମର ଫଳ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ ରହିଛି । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ ।

ମିଥୁନ– ଅଷ୍ଟମ ଚନ୍ଦ୍ର ରହିଥିବାରୁ ଦିନଟି ଏତେ ଭଲ ଫଳ ଦେବନାହିଁ । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଚିନ୍ତାରେ ଦିନଟି କଟିବ । କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ । ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ ।

କର୍କଟ– ରାଶିକୁ ସପ୍ତମ ଚନ୍ଦ୍ର ହେତୁ ଆପଣଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ । ମନ ସାମାନ୍ୟ ଚିନ୍ତିତ ରହିବ । ସୁସମ୍ବାଦ ପାଇ ଖୁସି ହେବେ । ଭ୍ରମଣ ଯୋଗ ରହିଛି । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ।

ସିଂହ– ରାଶିକୁ ଘାତ ଚନ୍ଦ୍ର । ମନକୁ ଦୃଢ଼ ରଖନ୍ତୁ । ବନ୍ଧୁମିଳନର ଯୋଗ ରହିଛି । ନୂତନ ସ୍ଥାନ ପ୍ରାପ୍ତି କରିପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ପରିବାରର ସାହଯୋଗ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟୀମାନେ ଧୈର୍ଯ୍ୟ ହରାନ୍ତୁ ନାହିଁ ।

କନ୍ୟା– ଦିନଟି ମଧ୍ୟମ ଫଳ ଦେବ । ଚିନ୍ତା ଗ୍ରସ୍ତ ରହିବେ । ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ । ଯାନବାହାନ ଯୋଗୁଁ ଖର୍ଚ୍ଚ ବଢ଼ିପାରେ । ଛାତ୍ର ଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚିବେ । ବ୍ୟବସାୟର ବିସ୍ତାର ହେବ ।

ତୁଳା– ଦିନଟି ମିଶ୍ର ଫଳ ଦେବ । ମନ ପ୍ରସନ୍ନ ରହିବ । କଳହର ଯୋଗ ରହିଛି । ବ୍ୟବସାୟରେ ପ୍ରତିଯୋଗିତା ଲାଗି ରହିବ । ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ପାରିବାରିକ ସ୍ଥିତି ଅବ୍ୟବସ୍ଥିତ ହେବ ।

ବିଛା– ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ଉନ୍ନତିର ମାର୍ଗ ଦେଖାଦେବ । ଛାତ୍ର ଛାତ୍ରୀଙ୍କ ସଫଳତାର ଯୋଗ ରହିଛି ।

ଧନୁ– ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଦେଖାଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ ପରିଶ୍ରମର ଫଳ ବହୁତ୍ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ ।

ମକର– ଶ୍ରୀ ଚନ୍ଦ୍ର ରହିଥିବାରୁ, ଆର୍ଥିକ ଲାଭ ଯୋଗ ରହିଛି । ମିତ୍ରଙ୍କ ସାହାଯ୍ୟ ମିଳିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ । ଛାତ୍ର ଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ ।

କୁମ୍ଭ– ଆୟ ଠାରୁ ବ୍ୟୟ ଅଧିକ ରହିବ । ମନ ଅଶାନ୍ତ ରହିବ । ଭାବିଚିନ୍ତି ନିଷ୍ପତି ନିଅନ୍ତୁ । ଚଲାପଥରେ ଅବରୋଧ ଘଟିପାରେ । ଭବିଷ୍ୟତ ଚିନ୍ତାରେ ମନ ଅସ୍ଥିର ରହିବ । ସାଙ୍ଗ ସାଥିଙ୍କ ପାଇଁ ଅସୁବିଧାରେ ପଡ଼ିପାରନ୍ତି ।

ମୀନ– ଦିନଟି ବହୁତ ଭଲରେ କଟିବ । କାର୍ଯ୍ୟ କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ଧନ ପ୍ରାପ୍ତିର ଯୋଗ ରହିଛି । ନୂତନ ସ୍ଥାନ ପ୍ରାପ୍ତ କରିପାରନ୍ତି । ବୈବାହିକ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

wp:paragraph {"align":"center"}

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର
ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.