ଫେବୃଆରୀ ୨୯ ତାରିଖ, ଗୁରୁବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | February 29, 2024 IST

ମେଷ– ସପ୍ତମ ଚନ୍ଦ୍ର ଯୋଗୁଁ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଆର୍ଥିକ ଲାଭର ଯୋଗ ରହିଛି । ସମସ୍ତ ସମସ୍ୟାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ମନସ୍ଥ ହେବେ । କାର୍ଯ୍ୟ କ୍ଷେତ୍ରରେ ନିଜକୁ ପ୍ରଭାବଶାଳୀ ମନେ କରିବେ । ଛାତ୍ରଛାତ୍ରୀମାନେ ନୂତନ ପନ୍ଥା ଅବଲମ୍ବନ କରିବେ ।

ବୃଷ– ସୁଖ ସୌଭାଗ୍ୟ ଲାଭ କରିବେ । ଶତ୍ରୁଙ୍କ ହାନି ହେବ । ଦିନଟି ଆତ୍ମବିଶ୍ବାସରେ ଭରି ରହିବ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ । କର୍ମ କ୍ଷେତ୍ରରେ ନିଜ କର୍ମରେ ଧ୍ୟାନ ଦିଅନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ ।

ମିଥୁନ– ଦିନଟି ମଧ୍ୟମ ଫଳ ଦେବ । ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତାରେ ରହିବେ । ମାଲିମକଦ୍ଦମା ଆପଣଙ୍କ ସପକ୍ଷରେ ରହିବ । ପରିଶ୍ରମ ଅଧିକ ରହିବ । ଗୃହକୁ ଅତିଥିଙ୍କ ଆଗମନ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ।

କର୍କଟ– ଦିନଟି ମିଶ୍ର ଫଳ ପ୍ରଦାନ କରିବ । ପରିବାରରେ କଳହ ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ସୃଷ୍ଟି ହେବ । ବ୍ୟବସାୟରେ ନେଣଦେଣ ଲାଗିରହିବ । ଚିନ୍ତାଗ୍ରସ୍ତ ହେବେ । ବିଦ୍ୟାର୍ଥମାନେ ବିଳମ୍ବରେ ସଫଳତା ପାଇବେ।

ସିଂହ– ରାଜ ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତି ହେବ। ଆଧ୍ୟାତ୍ମିକ ଚିନ୍ତା ଧାରାରେ ବିଶ୍ୱାସ ରଖିବେ । ନୂଆ ଚାକିରି ମିଳିପାରେ । ଯାନ ବାହାନ କ୍ରୟ ପାଇଁ ଦିନଟି ଭଲ ରହିଛି ।

କନ୍ୟା– ଦିନଟି ଉତ୍ତମ ଫଳ ଦେବ । ବାହ୍ୟ ସ୍ଥାନରୁ ପ୍ରଶଂସା ମିଳିବ। ଅଟକିଥିବା ସରକାରୀ କାର୍ଯ୍ୟ ଆଗକୁ ବଢ଼ିବ । ବ୍ୟବସାୟରେ ଆଶା ଅନୁସାରେ ଲାଭ ପ୍ରାପ୍ତି ହେବ । ଯାନବାହାନ କ୍ରୟ କରିବେ । ବିଦ୍ୟାର୍ଥୀମାନେ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ।

ତୁଳା– ରାଶିକୁ ଶ୍ରୀ ଚନ୍ଦ୍ର ଯୋଗରହିଛି । ଚାକିରିରେ ନିଶ୍ଚିନ୍ତ ପଦୋନ୍ନତି ଯୋଗ ରହିଛି । ଆୟର ପରିମାଣ ବୃଦ୍ଧି ପାଇବ । ଦମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ଲାଭବାନ ହେବେ । ବ୍ୟବସାୟ ଆଗକୁ ବଢ଼ିବ ।

ବିଛା– ଦ୍ଵାଦଶ ଚନ୍ଦ୍ର ହେତୁ ବ୍ୟୟ ବୃଦ୍ଧି ହେବ । ଦିନଟି ମିଶ୍ର ଫଳ ଦେବ । କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ । ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତିପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖାଦେବ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।

ଧନୁ– ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ । ଗୃହକୁ ବନ୍ଧୁଙ୍କ ଗମନ ହେବ । କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢ଼ିବ । କର୍ମ କ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି ।

ମକର– ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ । ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇ ଖୁସି ହେବେ । ପରିବାରର ସହଯୋଗ ମିଳିବ । ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ଅଟକିଥିବା କାର୍ଯ୍ୟର ପୁନଃଆରମ୍ଭ ହେବ । ଗୃହସ୍ଥ ଜୀବନ ସୁଖମୟ ହେବ ।

କୁମ୍ଭ– ଦିନଟି ଖୁସିରେ କଟିବ । ରାଜନୀତିରେ ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରି ହାତ ପାହାନ୍ତାରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସଫଳ ହେବ । କର୍ମ କ୍ଷେତ୍ରରେ ପ୍ରଶଂସା ମିଳିବ । ବିଦ୍ୟାର୍ଥୀମାନେ ସଫଳ ହେବ ।

ମୀନ– ଶାରୀରିକ ପୀଡ଼ା ଅନୁଭବ କରିବେ । ବନ୍ଧନର ଭୟ ଲାଗି ରହିବ । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।

wp:paragraph {"align":"center"}

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.