scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାନୁଆରୀ ୨୪ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

24/01/2024 at 7:16 AM

ମେଷ– ଆପଣଙ୍କ ପାଇଁ ଖୁସିର ଦିନ ହେବ । ଆପଣ ବୁଦ୍ଧି ଏବଂ ବିବେକ ସହିତ ନିଷ୍ପତ୍ତି ନେଇ ଆପଣ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରିବେ । ଯଦି ଆପଣଙ୍କର କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ଅଟକି ରହିଆସିଛି, ତେବେ ଏହା ସମ୍ପୂର୍ଣ୍ଣ ହୋଇପାରିବ ।

ବୃଷ– କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରୟାସ ସଫଳ ହେବ । କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେବେ । ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ । ବନ୍ଧୁଙ୍କ ସହଯୋଗ ପାଇବେ ।

ମିଥୁନ– ଚାକିରି କରୁଥିବା ବ୍ୟକ୍ତିଙ୍କୁ ନୂତନ ଚାକିରି ଯୋଗ ରହିଛି । ଧନ ସଞ୍ଚୟ ପାଇଁ ଦିନଟି ଉତ୍ତମ ରହିଛି । ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ । ଦାୟିତ୍ୱକୁ ଭଲ ଭାବରେ ପୂରଣ କରିବେ । ବିଦ୍ୟାର୍ଥୀମାନେ ମନଦେଇ ପଢ଼ିବେ ।

କର୍କଟ– ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇ ଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।

ସିଂହ– ଚାକିରି ସହିତ ଜଡ଼ିତ ଅନେକ ନୂତନ ବିକଳ୍ପ ଆପଣ ପାଇପାରିବେ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ, ଯୋଜନାଗୁଡ଼ିକ କାର୍ଯକାରୀ ହେବ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ ।

କନ୍ୟା– ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ । ବ୍ୟବସାୟରେ ପ୍ରଗତି ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମର୍ଥ ହେବେ । ମାନସିକ ଶାନ୍ତି ବଜାୟ ରହିବ ।

ତୁଳା– ଦିନଟିରେ ଆର୍ଥିକ ଉନ୍ନତି ହେବ । କୌଣସି ଇଚ୍ଛା ପୂରଣ ହୋଇପାରେ । ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ଅଟେ । ବିବାହ ପ୍ରସ୍ତାବ ପାଇବାର ମଧ୍ୟ ସମ୍ଭାବନା ଅଛି । ଆକସ୍ମିକ ପ୍ରାପ୍ତି ହେବ ଏବଂ ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ବିଛା– ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ଏବଂ ପାରିବାରିକ ଜୀବନରେ ଖୁସି ଲଗିରହିବ। ଆୟ ବୃଦ୍ଧିର ଯୋଗ ରହିଛି । ସମାଜରେ ପ୍ରତିଷ୍ଠା ଲାଭ କରିବେ। ବିଦ୍ୟାର୍ଥୀ ନୂତନସ୍ଥାନ ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନ ମଧୁର ହେବ ।

ଧନୁ– ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ । ଯାହା ବି କାମ କରିବେ, ତାହା ସମୟ ପୂର୍ବରୁ ଏହା ସମାପ୍ତ ହେବ । କର୍ମ କ୍ଷେତ୍ରରେ ଅଭିଜ୍ଞତାରୁ ଲାଭ ମିଳିବ । ଭ୍ରମଣ ଯୋଗ ରହିଛି ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ।

ମକର– ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡିପାରେ। ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ହେବ । ନିଜ ସାଥୀଙ୍କୁ ହୃଦୟର ଜିନିଷ ଲୁଚାନ୍ତୁ ନାହିଁ । ଚାକିରି ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀ ଲାଭବାନ ହେବେ ।

କୁମ୍ଭ– ଦିନଟିରେ ମିଶ୍ରିତ ଫଳାଫଳ ମିଳିବ। ଅବଶ୍ୟ ତାହା ଆପଣଙ୍କ ସପକ୍ଷରେ ରହିବ । ଅଦରକାରୀ କାର୍ଯ୍ୟକଳାପରେ ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ । ନିବେଶ ପାଇଁ ଦିନଟି ଭଲ ରହିଛି ।

ମୀନ– ପରିବାର ସଦସ୍ୟଙ୍କ ସହିତ ସର୍ବାଧିକ ସମୟ ବିତାଇବାକୁ ସୁଯୋଗ ପାଇବେ । ରାଜନୈତିକ ବ୍ୟକ୍ତିମାନେ ସମାଜରେ ସମ୍ମାନ ପାଇବେ। ବ୍ୟବସାୟ ସନ୍ତୋଷଜନକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ – 8249826682

   Related Posts