ଅପ୍ରେଲ୍ ୧୮ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | April 18, 2024 IST

ମେଷ- ଦିନର ଆଦ୍ୟ ପ୍ରହରରେ ଚତୁର୍ଥ ଚନ୍ଦ୍ର ରହିଥିବାରୁ  ଆର୍ଥିକ ଚିନ୍ତା ରହିପାରେ। ଦିନଟି ମିଶ୍ର ଫଳ ଦେଲେ ମଧ୍ୟ କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ। ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତି-ପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖାଦେବ ।

ବୃଷ- ଜୀବନରେ କରିଥିବା ଭଲ କର୍ମଗୁଡ଼ିକର ଫଳ ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ଅଟକି ରହିଥିବା ଧନ ପ୍ରାପ୍ତି ହେବ ।

ମିଥୁନ- ସମ୍ମାନରେ ହାନି ଘଟିବ। ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। କିଛି ନୂତନ ସମ୍ପତ୍ତି ଅର୍ଜନ ହେତୁ ପରିବେଶ ସୁଖଦ ହେବ । 

କର୍କଟ- ଭ୍ରମଣର ଯୋଗ ରହିବ । ମନରେ ଉଚ୍ଚ ଆଶା ଭରି ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ବଢ଼ିପାରେ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ ।

ସିଂହ- ଦିନଟିରେ ଆଶାବାଦୀ ହୋଇ ରହିବେ । ଅଯଥା ଅର୍ଥ ବ୍ୟୟ ହେବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଗୋଟିଏ ସମୟରେ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ। 

କନ୍ୟା- ରାଶିକୁ ଏକାଦଶ ଚନ୍ଦ୍ର । ଚାକିରିରେ ଉତ୍ତମ ଫଳ ପ୍ରାପ୍ତ ହେବ।  ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଅନାବଶ୍ୟକ  ବିବାଦରୁ ଦୂରେଇ ରୁହନ୍ତୁ ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଦ୍ୟା ବୃଦ୍ଧି ପାଇବ । ଭାଇମାନଙ୍କ ସହଯୋଗ ମିଳିବ ।

ତୁଳା- ଯଦି ଭ୍ରମଣ କରୁଛନ୍ତି ତା’ହେଲେ ଦିନଟି ଲାଭଦାୟକ ହେବ। ଅଟକି ରହିବ କାର୍ଯ୍ୟ ଏହି ସଂପୂର୍ଣ୍ଣ ହେବ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ । 

ବିଛା- ଦିନଟି ଉତ୍ତମ ଫଳ ଦେବ । ସ୍ବାସ୍ଥ୍ୟାବସ୍ଥା ଖୁବ୍ ଭଲ ରହିବ । ଅଟକିଥିବା କାର୍ଯ୍ୟର ଆରମ୍ଭ କରିବେ । ନୂତନ ଯାନବାହାନ କ୍ରୟ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ଥିବା କିଛି ଅସୁବିଧା ଦେଖାଦେବ ।

ଧନୁ- ଆର୍ଥିକ ବ୍ୟୟ ହେବ। ଦିନଟିରେ ମାନସିକ ପରିଶ୍ରମ ଅଧିକ ରହିବ। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ।

ମକର- ଦିନର ପ୍ରଥମ ପର୍ଯ୍ୟାୟ ଉତ୍ତମ ଫଳ ଦେବ । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ । ବ୍ୟବସାୟରେ ଲାଭ କ୍ଷତି ପ୍ରାୟ ସମାନ ରହିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିଲେ ମଧ୍ୟ ଖର୍ଚ୍ଚ ଅଧିକ ହେବ । ଦମ୍ପତିମାନଙ୍କ ପାଇଁ ଦିନଟି ଭଲ ରହିବ । 

କୁମ୍ଭ- ସର୍ବ କାର୍ଯ୍ୟ ସିଦ୍ଧି ହେବ । ମନରେ ସାମାନ୍ୟ ଆତ୍ମ ଗର୍ବ ରହିବ। ନୂତନ ଚାକିରିରେ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ନୂଆ ସୁଯୋଗ ସୃଷ୍ଟି ହେବ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ରଛାତ୍ରୀମାନେ ଉପକୃତ ହେବେ । ବ୍ୟବସାୟ ଆଶାନୁରୂପ ଫଳ ଦେବ।

ମୀନ- ଅଙ୍ଗରେ ଆଘାତ ଲାଗିପାରେ । ପରିବାରରେ ସମସ୍ୟା ବଢିବ। ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ। କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ । ବିଦ୍ୟାର୍ଥୀମାନେ ସକାରାତ୍ମକ ଚିନ୍ତାଧାରାରେ ରହିବେ।

 

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଜ୍ୟୋତିଷଯାଜପୁରଯୋଗାଯୋଗ- 8249826682

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.