ଅପ୍ରେଲ୍ ୧୭ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | April 17, 2024 IST

ମେଷ- ପରିବାରରେ କଳହ ଲାଗିପାରେ । ମୂଲ୍ୟବାନ ଦ୍ରବ୍ୟ କିଛି ନଷ୍ଟ ହୋଇପାରେ। କରିଥିବା ଆର୍ଥିକ ଯୋଜନା ଅଳ୍ପ ଲାଭ ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।

ବୃଷ- ରାଶି ପାଇଁ ତୃତୀୟ ଚନ୍ଦ୍ର ତେଣୁ  ପରିଶ୍ରମ ସମାନ୍ୟ ଅଧିକ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ରଛାତ୍ରୀମାନେ ଅଧିକ ପଢ଼ିବାକୁ ଇଛୁକ ହେବେ । ବ୍ୟବସାୟରେ ଦେଖି ରଖି କାର୍ଯ୍ୟ କରନ୍ତୁ ।

ମିଥୁନ- ଆଳସ୍ୟର ବଶବର୍ତ୍ତୀ ହେବେ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ ହଲେ ମଧ୍ୟ ପରିଶ୍ରମର ଫଳ ପ୍ରାପ୍ତି ହେବ । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ। ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।  ଆୟରେ ବୃଦ୍ଧି ହେବ ।

କର୍କଟ-  ରାଶି ପାଇଁ ଶ୍ରୀ ଚନ୍ଦ୍ର । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ବିଦେଶ ଯାତ୍ରା ପାଇଁ ଦିନଟି ଖୁବ୍ ଭଲ ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ। 

ସିଂହ-  ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ, ଶତ୍ରୁ ଭୟ ରହିବ । ଆୟଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ । 

କନ୍ୟା- ଏକାଦଶ ଚନ୍ଦ୍ର କାଳ ଭୋଗ ଯୋଗୁଁ, ଗୃହରେ ନିଶ୍ଚିନ୍ତ ଭାବରେ ଶୁଭ କାର୍ଯ୍ୟ ହେବ । ସର୍ବ କାର୍ଯ୍ୟ ସଫଳ ହେବ । ଧନପ୍ରପ୍ତିର ଯୋଗ ରହିଛି । ଇଚ୍ଛା କରିଥିବା ବସ୍ତୁ ପ୍ରାପ୍ତ କରିବେ। ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ । ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

ତୁଳା- କର୍ମ ଚଞ୍ଚଳ ହେବେ । ଦୂର ଯାତ୍ରାର ଯୋଗ ରହିଛି। ସର୍ବ କାର୍ଯ୍ୟ ସଫଳ ହେବ । ମନରେ ଆତ୍ମ ସନ୍ତୋଷ ଲାଗି ରହିବ ।  କାମ କରିବାକୁ ନୂଆ ସୁଯୋଗ ପାଇବେ  । ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ ।

ବିଛା- ସେବାପୂଜାରେ ମନୋନିବେଶ କରିବେ । ପରୋପକାର କରି ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଶିଖିବାକୁ ମିଳିବ ।  ଲାଗି ରହିଥିବା ମାଲି ମକୋଦ୍ଦାମାର ଅନ୍ତ ଘଟିବ ।  ବିଶ୍ରାମ କରିବାକୁ ସମୟ ମିଳିବ ।

ଧନୁ -  ଅର୍ଥ ବ୍ୟୟର ଯୋଗ ରହିଛି । ଅଙ୍ଗରେ ଆଘାତ ଲାଗିବା ସମସ୍ୟା ଦେଖା ଦେବ । ପୁରୁଣା କାର୍ଯ୍ୟ କୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତିରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀମାନେ ଅଧିକ ପଢ଼ିବାକୁ ଇଛୁକ ହେବେ ।

ମକର- ସପ୍ତମ ଚନ୍ଦ୍ର ହେତୁ ସର୍ବ କାର୍ଯ୍ୟ ସିଦ୍ଧି ହେବ । ବନ୍ଧୁଙ୍କ ସହଯୋଗ ମିଳିବ । କର୍ମ କ୍ଷେତ୍ରରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଦମ୍ପତିଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ । ବ୍ୟବସାୟରେ ଆୟ ଅଧିକ ହେବ ଓ ସର୍ବ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

କୁମ୍ଭ - ଷଷ୍ଠ ଚନ୍ଦ୍ର ହେଲେ, ସବୁ ପ୍ରକାର ଶୁଭ ଦାୟକ । ଏହାର ଅର୍ଥ କର୍ମ କ୍ଷେତ୍ରରେ କ୍ଷମତାର ବିକାଶ ହେବ । ଧର୍ମ କର୍ମରେ ମନୋନିବେଶ କରିବେ । ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ, ଅନେକ ସୁଫଳ ପ୍ରଦାନ କରିବ । ବ୍ୟବସାୟରେ ଲାଭ ଯୋଗ ରହିଛି । 

 ମୀନ- ଅର୍ଥ ବିଷୟକୁ ନେଇ ଚିନ୍ତା କରିବେ । ଅନାଦର ପାଇ ଦୁଃଖ ଅନୁଭବ କରିବେ । ବନ୍ଧୁଙ୍କ ସହ କିଛଦିନ ବିଶେଷ ଆଲୋଚନାରେ ଦିନରେ କଟିବ । ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ନିଶ୍ଚିନ୍ତ ଖୁସି ଖବର ପାଇବେ ।


ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ ଯାଜପୁର, ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.