ମେଷ- କୌଣସି ସ୍ଥାନରେ ପରାଜୟ ହାସଲ କରିପାରନ୍ତି । ଯାନବାହାନରେ ନିହାତି ସତର୍କତା ଅବଲମ୍ବନ କରନ୍ତୁ । ମନ ସାମାନ୍ୟ ଅଶାନ୍ତ ରହିବ । ପତିପତ୍ନୀଙ୍କ ମଧ୍ୟରେ କଳହର ଯୋଗ ରହିଛି । ଯାନବାହାନ କ୍ରୟ କରିପାରନ୍ତି ।
ବୃଷ- ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ଅଟକି ରହିଥିବା ଧନ ପ୍ରାପ୍ତ ହେବ । ମନ ପ୍ରଫୁଲ୍ଲ ରହିବ ।
ମିଥୁନ- ଦୁଶ୍ଚିନ୍ତା ଗ୍ରସ୍ତ ହୋଇରହିବେ । ଆର୍ଥିକ ବ୍ୟୟ ହେବ । ବହୁ ପରିଶ୍ରମରେ ଅଳ୍ପ ଲାଭ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବ । ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।
କର୍କଟ- ଶ୍ରୀଚନ୍ଦ୍ର ହେତୁ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ଦିନଟି ଖୁସିରେ କଟିବ । ବିଦ୍ୟାର୍ଥୀମାନେ ଲାଭବାନ ହେବେ । ଚାକିରିରେ ଚାପ ବୃଦ୍ଧି ପାଇପାରେ | ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।
ସିଂହ- ପଥରୋଧ ହେବାର ସମ୍ଭାବନା ରହିଛି । ଅନାବଶ୍ୟକ ବ୍ୟୟରେ ପଡ଼ିପାରନ୍ତି । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତିକୁ ନେଇ ବିବାଦ ଲାଗିପାରେ ।
କନ୍ୟା- ମନ ପ୍ରସନ୍ନ ରହିବା ସହ ଅର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ଅଯଥା କଳହ କରନ୍ତୁ ନାହିଁ । ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ । ବ୍ୟବସାୟ ପାଇଁ ଦିନଟି ଭଲ ରହିଛି । ଆଶାନୁସାରେ ଫଳ ପ୍ରାପ୍ତି ହେବ ।
ତୁଳା- କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଲାଗି ରହିଥିବା ବିବାଦର ସମାଧାନ ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଯାତ୍ରା ଶୁଭ ହେବ । ବିଦ୍ୟାର୍ଥୀମାନେ କର୍ମଫଳ ପ୍ରାପ୍ତ କରିବେ ।
ବିଛା- ମନରେ ବିଷାଦ ସୃଷ୍ଟି ହୋଇପାରେ । ଈଶ୍ୱର ବିଶ୍ୱାସୀ ହେବେ । ମନ୍ଦିରକୁ ଦେବ ଦର୍ଶନ ନିମନ୍ତେ ଯାତ୍ରା କରିବେ । କିଛି ପୁରୁଣା ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି । ବ୍ୟବସାୟ ମଧ୍ୟମ ହେବ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।
ଧନୁ- ପେଟ ଜନିତ ସମସ୍ୟା ଦେଖାଦେବ । ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହୋଇ ପାରେ । ଆର୍ଥିକ ବ୍ୟୟ ହେବ । ସୁଖହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନ ଅସୁବିଧାରେ ପଡ଼ିବ । ଆତ୍ମବିଶ୍ୱାସର ଅଭାବ ହେବ । ବିଦ୍ୟାର୍ଥୀମାନେ ଅମନଯୋଗି ହେବେ ।
ମକର- ଭୋଗ ବିଳାସରେ ଦିନଟି କଟିବ । ସର୍ବ କାର୍ଯ୍ୟ ସିଦ୍ଧି ହେବ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।
କୁମ୍ଭ- ଦୁଃସାହସିକ ପଦକ୍ଷେପ ନେବେ । ବ୍ୟବସାୟରେ ଲାଭ ହେବ । ମନ ପ୍ରଫୁଲ୍ଲ ରହିବ । ବନ୍ଧୁମାନଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତ କାଟିବେ । ଯଦି ଆପଣ ଅବିବାହିତ, ବିବାହ ପାଇଁ ପ୍ରସ୍ତାବ ଆସିବ ବିଦ୍ୟାର୍ଥୀ ମାନେ ପାଠରେ ଅଧିକ ମନୋନିବେଶ କରିବେ ।
ମୀନ- ଆତ୍ମ ସଞ୍ଜମ ହୋଇ କାର୍ଯ୍ୟ କରନ୍ତୁ । ଅର୍ଥ ବିଷୟକ ଚିନ୍ତା ବୃଦ୍ଧି ପାଇବ । ଶତ୍ରୁ ଭୟ ରହିବ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ । ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ।
ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର, ଯୋଗାଯୋଗ - 8249826682