ଫେବୃଆରୀ ୧୩ ତାରିଖ, ମଙ୍ଗଳବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | February 13, 2024 IST

ମେଷ - ପଥରୋଧ ହୋଇ ପାରେ । ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ବାର୍ତ୍ତାଳାପରେ ସନ୍ତୁଳନ ବଜାୟ ରଖନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟି ଖୁସି ହେବେ । ପରିବାରରେ ଧାର୍ମିକ କାର୍ଯ୍ୟ ହେବ। ପୋଷାକ ଉପରେ ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଆୟର ଉତ୍ସ ସୃଷ୍ଟି ହେବ ।

ବୃଷ - ଉତ୍ତମ ଆୟ ର ଯୋଗ ରହିଛି । ମନରେ ଉତ୍ଥାନ-ପତନ ହେବ । ଅଦରକାରୀ ବିତର୍କରୁ ଦୂରେଇ ରୁହନ୍ତୁ । ଶିକ୍ଷାଗତ କାର୍ଯ୍ୟଗୁଡ଼ିକର ସୁଖଦ ଫଳାଫଳ ମିଳିବ । ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସାଙ୍ଗମାନଙ୍କ ସମର୍ଥନ ମିଳିବ ।

ମିଥୁନ - କାର୍ଯ୍ୟ ସଫଳ ହେବ । ମା ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ପାଇବ ଏବଂ ଆୟର ଉତ୍ସ ମଧ୍ୟ ସୃଷ୍ଟି ହେବ । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।

କର୍କଟ - ଅଧିକ ପରିଶ୍ରମ କରିବେ ତଥାପି ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କର । ଅଧିକ ଖର୍ଚ୍ଚ ହେବ । ଧାର୍ମିକ ସଙ୍ଗୀତ ପ୍ରତି ଇଚ୍ଛା ବୃଦ୍ଧି ପାଇବ ସାଙ୍ଗମାନଙ୍କ ସହିତ ନୂତନ ବ୍ୟବସାୟ ଆରମ୍ଭ କରିବେ । କର୍ମ କ୍ଷେତ୍ର ରେ ସାମାନ୍ୟ କଷ୍ଟ ଅନୁଭବ ହେବ ।

ସିଂହ- ଦୃଢ଼ ମନା ହୋଇ କାର୍ଯ୍ୟ କରିବେ ।ମନ ଅଶାନ୍ତ ହୋଇପାରେ ଭାଷଣରେ ମଧୁରତା ମଧ୍ୟ ରହିବ ।ସୁଖ ହାନି ହୋଇ ପାରେ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଆୟ ଏବଂ ଅଧିକ ଖର୍ଚ୍ଚ ହୋଇପାରେ । ପରିବାରର ସମର୍ଥନ ପାଇବେ ।

କନ୍ୟା - ସମୟ କଠିନ, କର୍ମକ୍ଷେତ୍ରରେ ବାରମ୍ବାର ପରିବର୍ତ୍ତନ ଆପଣଙ୍କୁ ଦ୍ୱନ୍ଦରେ ପକାଇପାରେ ।ପ୍ରେମ ସମ୍ପର୍କ ପାଇଁ ଏହା ଏକ ଭଲ ସମୟ । ମନ ସାମାନ୍ୟ ଅଶାନ୍ତ ରହିବ । ମନରେ ନକାରାତ୍ମକ ଚିନ୍ତା ଧାରା ଆସିବ ।

ତୁଳା - ଆଜି ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବିବାହିତ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଛାତ୍ରମାନେ ଭଲ ଫଳାଫଳ ପାଇବେ |

ବିଛା - ପାରସ୍ପରିକ ପ୍ରେମ ଘରୋଇ ଲୋକଙ୍କ ମଧ୍ୟରେ ରହିବ । ଭବିଷ୍ୟତରେ ଆପଣଙ୍କର ନୂତନ ସମ୍ପର୍କଗୁଡିକ ଉପଯୋଗୀ ହେବ । ଆଜି କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିବ। କିନ୍ତୁ ଆୟ ହ୍ରାସ ହେବାର ମଧ୍ୟ ସମ୍ଭାବନା ଅଛି । କାରବାରରେ ତତ୍ପର ହୁଅନ୍ତୁ ନାହିଁ ।

ଧନୁ - ଆପଣ ଆଜି ଆଶାକରିଥିବା ସଫଳତା ପାଇପାରିବେ । ଆପଣଙ୍କର ଆୟ ବୃଦ୍ଧି ପାଇପାରେ । ହଠାତ୍ କୌଣସି ସ୍ଥାନରୁ ଟଙ୍କା ଲାଭ କିମ୍ବା ଉପହାର ଗ୍ରହଣ କରି ପାରନ୍ତି ।ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ମନ ଖୁସି ରହିବ।

ମକର - ଆଜି ଆପଣଙ୍କ କ୍ୟାରିୟର ଏକ ନୂଆ ଦିଗ ନେବ । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

କୁମ୍ଭ -ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ । ଚାକିରି ରେ ପଦୋନ୍ନତି ଘଟିବ ।ବ୍ୟବସାୟ ରେ ଅଧିକ ଅର୍ଥ ଲାଭ ର ଯୋଗ ର ହିଛି ।ମନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ମୀନ -ଚାକିରି କ୍ଷେତ୍ର ରେ ସମ୍ମାନ ଓ ପଦୋନ୍ନତି ର ଯୋଗ ରହିଛି । ଗୃହ କୁ ବନ୍ଧୁ ଙ୍କ ଆଗମନ ହୋଇପାରେ । ବ୍ୟବସାୟ ରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ଅମନଯୋଗି ହୋଇ ପାରନ୍ତି।

wp:paragraph {"align":"center"}

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯୋଗାଯୋଗ – ୮୨୪୯୮୨୬୬୮୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.