ଅପ୍ରେଲ୍ ୧୩ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | April 13, 2024 IST

ମେଷ- ଦିନଟି ମଧ୍ୟମ ଫଳ ଦେବ। ସ୍ବାସ୍ଥାବସ୍ଥାରେ ଅବନତି ଦେଖାଦେଇପାରେ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା  ରହିଛି । ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିଲେ ମଧ୍ୟ ଖର୍ଚ୍ଚ ଅଧିକ ହେବ । ଦମ୍ପତିମାନଙ୍କ ପାଇଁ ଦିନଟି ଭଲ ରହିବ ।

ବୃଷ- ଦିନଟି ଉତ୍ତମ ଫଳ ଦେବ । ସ୍ବାସ୍ଥ୍ୟାବସ୍ଥା ଖୁବ୍ ଭଲ ରହିବ । ଅଟକିଥିବା କାର୍ଯ୍ୟର ଆରମ୍ଭ କରିବେ । ନୂତନ ଯାନବାହାନ କ୍ରୟ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ଥିବା କିଛି ଅସୁବିଧା ଦେଖା ଦେବ ।

ମିଥୁନ- ଆୟ କମ୍‌ ଓ ବ୍ୟୟ ଅଧିକ ହେବ । ପରିବାରରେ ମନୋମାଳିନ୍ୟ ଦେଖା ଦେବ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିପାରେ । ସନ୍ତାନଙ୍କ ପ୍ରତି ଯଥେଷ୍ଟ ଯତ୍ନବାନ ହୁଅନ୍ତୁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

ମକର-  ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ପଦୋନ୍ନତିର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ ।

କର୍କଟ- ଆୟରେ ବୃଦ୍ଧି ଘଟିବ। ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ । ଚାକିରି କ୍ଷେତ୍ରରେ ଜଗି ରଖି ଚଳନ୍ତୁ । ବ୍ୟବସାୟ ମଧ୍ୟମ ଫଳ ଦେବ । ଛାତ୍ରଛାତ୍ରୀମାନେ ନିଜ ଗୁରୁଜନଙ୍କୁ ମାନି ଚଳନ୍ତୁ । ନୂତନ ଦ୍ରବ୍ୟ କ୍ରୟ କରିବେ ।

ସିଂହ- କୌଣସି ବାହ୍ୟ ସ୍ଥାନରୁ ସମ୍ମାନ ମିଳିପାରେ । ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ । ଚାକିରି କ୍ଷେତ୍ର ସାମାନ୍ୟ ରହିବ । ବ୍ୟବସାୟରେ ନିବେଶ କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀମାନେ ଉପକୃତ ହେବେ ।

କନ୍ୟା- ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ମାନ  ସମ୍ମାନରେ ବୃଦ୍ଧି,  ଯଶ ପ୍ରତିଷ୍ଠା ଲାଭ ଯୋଗ ରହିଛି । ବ୍ୟବସାୟରେ ନିବେଶ କରିବା ଆଗରୁ ଥରେ ଭାବିନେବା ଉଚିତ୍ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ବିଜୟୀ ହେବେ ।

ତୁଳା- ହଠାତ୍ କ୍ଷତିରେ ପଡ଼ିପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଦରକାର । ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ । ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣିପାରନ୍ତି । ଜୀବନ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ ।

ବିଛା-  ଗୃହରେ ଶାନ୍ତି ବଜାୟ ରହିବ । ନିବେଶକୁ ପୁନଃ ଆରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିଛି । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବ । ଚାକିରିରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି । ବ୍ୟବସାୟରେ ଆଶାନୁରୂପକ ଲାଭ ହେବ ।

ଧନୁ- ନିଜ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଶତ ଚେଷ୍ଟିତ ହେବେ । ଗୃହ, ଜମି, ଗାଡ଼ି କିଣିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପରିବାରର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ମାଲିମୋକଦ୍ଦମାର ଅନ୍ତ ଘଟିବ । ବୈବାହିକ ଜୀବନରେ କଳହର ଯୋଗ ରହିଛି ।

ମକର-  ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ପଦୋନ୍ନତିର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ ।

କୁମ୍ଭ- ମିତ୍ରଙ୍କ ଦ୍ଵାରା ଭ୍ରମଣର ଯୋଗରହିଛି । ବ୍ୟବସାୟରେ ମାଧ୍ୟମ ଲାଭ ଯୋଗ ରହିଛି । ହଠାତ୍ ବ୍ୟୟ ହୋଇପାରେ । କାର୍ଯ୍ୟ ବୋଝରୁ ନିସ୍ତାର ମିଳିବା ବିଳମ୍ବ ହେବ । କର୍ମ କ୍ଷେତ୍ରରେ ସହ ଯୋଗ ମିଳିଲେ ମଧ୍ୟ ଦିନଟିରେ ଅଧିକ ପରିଶ୍ରମ ହୋଇପାରେ ।

ମୀନ- କୌଣସି କାର୍ଯ୍ୟକୁ ନେଇ ମନ ଉତ୍ସାହ ବୃଦ୍ଧି ପାଇବ  । କାହାକୁ ଉଧାର ଦିଅନ୍ତୁ ନାହିଁ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବ । କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିବ । ଦମ୍ପତିଙ୍କ ମଧ୍ୟରେ ଉତ୍ତମ ବୁଝମଣା ଦେଖାଦେବ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.