scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫେବୃଆରୀ ୧୧ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

11/02/2024 at 7:19 AM

ମେଷ– ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଆପଣଙ୍କୁ ମିଶ୍ର ଫଳ ପ୍ରଦାନ କରିବ । ଗୃହରେ କଳହ ଯୋଗ ସହିତ ମାନସିକ ଅଶାନ୍ତି ଦେଖାଦେବ । ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନତି ଘଟିବ । ବ୍ୟବସାୟ ମଧ୍ୟମ ଫଳ ଦେବ । ବିଦ୍ୟାର୍ଥୀ ମାନେ ଆଶାବାଦୀ ହେବେ ।

ବୃଷ– ରାଶିରେ ଏକାଦଶ ଚନ୍ଦ୍ର ରହିଥିବାରୁ ଧନ ଓ ଦ୍ରବ୍ୟ ଲାଭ ହେବ । ଗୃହରେ ଶାନ୍ତି ଓ ମନ ପ୍ରଫୁଲ୍ଲ ରହିବ । ନିବେଶ କରିଥିବା ଧନରୁ ଉତ୍ତମ ଲାଭ ମିଳିବ । ପୂର୍ବ ସମସ୍ୟାର ସମାଧାନର ବାଟ ଦେଖାଯିବ । ଚାକିରି କ୍ଷେତ୍ରରେ ପ୍ରଭାବଶାଳୀ ହେବେ ।

ମିଥୁନ– ଦଶମ ଚନ୍ଦ୍ର ଶୁଭ ଦାୟକ ଅଟେ । ତେଣୁ ଦିନଟି ନିବେଶ ପାଇଁ ଦିନଟି ବହୁତ ଭଲ ରହିଛି । କର୍ମ କ୍ଷେତ୍ରରେ ଲାଗିଥିବା ସମସ୍ୟାର ସମାଧାନ ହେବ । ରାଜନୀତିରେ ସାହାଯ୍ୟ ମିଳିବ । ବିଦ୍ୟାର୍ଥୀମାନେ ବିଶେଷ ଭାବେ ଉପକୃତ ହେବେ ।

କର୍କଟ– କାର୍ଯ୍ୟ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ସ୍ୱାସ୍ଥ୍ୟବସ୍ଥାରେ ହାନି ହୋଇପାରେ । ପରୋପକାର କରି କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ନୂତନ ଯୋଜନାର ପ୍ରଣୟନ କରି ପ୍ରଶଂସା ପାଇବେ । ବିଦ୍ୟାର୍ଥୀମାନେ ଚଞ୍ଚଳମନା ହୋଇ ଭୁଲ କରିବେ ।

ସିଂହ– ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଠକାମୀର ଶିକାର ହୋଇପାରନ୍ତି । ପ୍ରାତଃରୁ ଭଗବାନଙ୍କୁ ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟରେ କ୍ଷତି ଯୋଗ ରହିଛି। ଦେହ ପୀଡ଼ା ଓ ଆଭ୍ୟନ୍ତରୀଣ ଅଙ୍ଗରେ ସମସ୍ୟା ଦେଖାଦେବ ।

କନ୍ୟା– ମନ ପ୍ରଫୁଲ୍ଲ ରହିବ । ଦିନଟିରେ ସକାରାତ୍ମକ ଚିନ୍ତା ଧାରା ଦେଇ ଗତି କରିବେ । ଧନର ସଦୂପଯୋଗ କଲେ ତାହା ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ । ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ବିଦ୍ୟାର୍ଥୀମାନେ ଶାନ୍ତ ରହିବେ ।

ତୁଳା– ଦିନଟି ଭଲ ଫଳ ପ୍ରଦାନ କରିବ । ମାନସିକ ଶାନ୍ତି ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କାର୍ଯ୍ୟ କ୍ଷେତ୍ରରେ ଗୁରୁଜନଙ୍କ ସହାୟତା ମିଳିବ । ନିଜ ଆତ୍ମ ବିଶ୍ୱାସ ଯୋଗୁଁ ନୂତନ କାର୍ଯ୍ୟ ସଫଳ ହେବ । ମନରେ ସାମାନ୍ୟ ଦ୍ୱେଷ ଦେଖା ଦେଇପାରେ ।

ବିଛା– ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ପ୍ରଦାନ କରିବ । ମନ ଉତ୍ସାହିତ ରହିବ । ସନ୍ତାନର ସ୍ବାସ୍ଥ୍ୟାବସ୍ଥାକୁ ନେଇ ସାମାନ୍ୟ ଚିନ୍ତାରେ ରହିବେ । ଦୁରସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟରେ ପରିବର୍ତ୍ତନର ଯୋଗ ରହିଛି ।

ଧନୁ– ଧନୁ ରାଶିକୁ ଚତୁର୍ଥ ଚନ୍ଦ୍ର ଘାତ ତେଣୁ, ପରିବାର ଓ କାର୍ଯ୍ୟ କ୍ଷେତ୍ରରେ କଳହର ଯୋଗ ସୃଷ୍ଟି ହୋଇପାରେ । ବ୍ୟବସାୟ ଏତେ ଫଳପ୍ରଦ ହେବନାହିଁ । ଯାନବାହାନରେ ସତର୍କତା ନିତାନ୍ତ ଆବଶ୍ୟକ ।

ମକର– ଦିନଟି ଉଚ୍ଚ ଫଳ ପ୍ରଦାନ କରିବ। ରାଜସମ୍ମାନ ମିଳିପାରେ । ସର୍ବକାର୍ଯ୍ୟରେ ସଫଳତା ହାସଲ କରିବେ । ବନ୍ଧୁଙ୍କ ସହଯୋଗରେ ଆଗକୁ ବଢ଼ିବେ। ରାଜନୀତି ପାଇଁ ଦିନଟି ଅତ୍ୟନ୍ତ ଭଲ ରହିଛି । ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ବିଜୟ ଲାଭ କରିବେ ।

କୁମ୍ଭ– ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିଛି । ବ୍ୟସ୍ତ ବିବ୍ରତ ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ ହେବ । ଉଧାର ଦେବାରୁ ବିରତ ରୁହନ୍ତୁ। ପରିବାରର ସହଯୋଗ ମିଳିବ । ମନରେ ଚିନ୍ତା ଲାଗି ରହିବ ।

ମୀନ– ସ୍ଵାଧୀନ ଚେତା ହୋଇ କାର୍ଯ୍ୟ କରିବେ । ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ସମ୍ପର୍କୀୟଙ୍କ ସହ ସମୟ ଅତିବାହିତ କରିବେ । କିଛି ଶୁଭ ସମାଚାର ପାଇ ଖୁସି ହେବେ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯୋଗାଯୋଗ- ୮୨୪୯୮୨୬୬୮୨

   Related Posts