ଅପ୍ରେଲ୍ ୧୧ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | April 11, 2024 IST

ମେଷ- ରାଶିକୁ ଘାତ ଚନ୍ଦ୍ର । ଆଖି ସହି ଜଡ଼ିତ ସମସ୍ୟା ବ୍ୟଥିତ କରିପାରେ । କୌଣସି ଜିନିଷରୁ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ଅଛି । ମନକୁ ଯଥାସମ୍ଭବ ଶାନ୍ତ ରଖନ୍ତୁ, ନଚେତ୍ ସମସ୍ୟା ବଢିବ। ଚାକିରିରେ ଅସମ୍ମାନିତ ହେବାର ସମ୍ଭାବନା ରହିଛି ।

ବୃଷ- ପଥରୋଧର ଶିକାର ହୋଇପାରନ୍ତି । ପରିବାର ସଦସ୍ୟମାନେ ଆପଣଙ୍କଠାରୁ କିଛି ଆଶା କରିବେ । ଏପରି ପରିସ୍ଥିତିରେ, ସଂଯମତା ବଜାୟ ରଖନ୍ତୁ ଏବଂ ସମସ୍ତଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖନ୍ତୁ । ଚାକିରି କ୍ଷେତ୍ରରେ ସାମାନ୍ୟ କଳହ ଯୋଗ ରହିଛି ।

ମିଥୁନ- ଧନ ପ୍ରାପ୍ତିର ଯୋଗ ରହିଛି । ବାହାର ସ୍ଥାନରୁ ସମ୍ମାନ ମିଳିବ । ଖର୍ଚ୍ଚ ବୃଦ୍ଧି ପାଇବ କିନ୍ତୁ ଆପଣ ଏହା ବିଷୟରେ ଅଧିକ ଚିନ୍ତା କରିବେ ନାହିଁ । ଘରେ ଆପଣଙ୍କୁ ନେଇ ଚିନ୍ତା ଜନକ ପରିବେଶ ରହିବ, କିନ୍ତୁ ସମୟ ସହିତ ସବୁ କିଛି ସମାଧାନ ହୋଇଯିବ ।

କର୍କଟ- ଅନେକ ଲୋକଙ୍କ ସହିତ ସାକ୍ଷାତ ହେବ । ଯଦି ଆପଣ କୌଣସି ପ୍ରକାର ବ୍ୟବସାୟରେ ଜଡିତ ଅଛନ୍ତି, ତେବେ ଏଥିରେ ସତର୍କ ରହିବାକୁ ଅନୁରୋଧ । କୌଣସି ଚୁକ୍ତି କରିବା ପୂର୍ବରୁ, ଏହାକୁ ଭଲ ଭାବରେ ବିଚାର କରିବାକୁ ନିଶ୍ଚିତ ହୁଅନ୍ତୁ ।

ସିଂହ- ସେବା ପୂଜାରେ ମନୋନିବେଶ କରିବେ । ଆପଣଙ୍କ ଜୀବନରେ କେହି ନୂଆ ଆସିପାରନ୍ତି । ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ପାଇଁ ଶୁଭ ଖବର ମିଳିବ। ବିଦ୍ୟାର୍ଥୀମାନେ ଉନ୍ନତିପଥ ଅନୁସରଣ କରିବେ। ବ୍ୟବସାୟ ଲାଭଦାୟକ ହେବ ।

କନ୍ୟା- ସୁଖ ହାନି ହେବାର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ କମ୍ କାମ ହେବ ଏବଂ ସହକର୍ମୀମାନଙ୍କ ସହିତ ଗୁଣାତ୍ମକ ସମୟ ବିତାଇବ । ଜଣେ ବରିଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଉପଯୁକ୍ତ ମାର୍ଗଦର୍ଶନ ପାଇବେ । ଯାହା ଭବିଷ୍ୟତର ରଣନୀତିରେ ସହାୟକ ହେବ ।

ତୁଳା- ରାଶିରେ ସପ୍ତମ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତିର ଯୋଗ ରହିଛି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଉତ୍ତମ ହେବାର ସମ୍ଭାବନା ଅଛି । ପ୍ରୀତି ଓ ସାନିଧ୍ୟ ଲାଭ କରିବେ । ବିଦ୍ୟାର୍ଥୀ ମାନେ ସାମାନ୍ୟ ଅବହେଳିତ ହେବେ । ବ୍ୟବସାୟ ମଧ୍ୟମ ଫଳଦେବ ।

ବିଛା- ଭାଗବତ ପ୍ରେମରେ ସମୟ କାଟିବେ । ଡିଜିଟାଲ୍ ମାର୍କେଟିଂ, ମିଡିଆ, ସାମ୍ବାଦିକ ଇତ୍ୟାଦି ଅନୁଷ୍ଠାନ ସହିତ ଜଡ଼ିତ ଲୋକଙ୍କ ପାଇଁ ସମୟ ଅନୁକୂଳ ହେବାର ସମ୍ଭାବନା ଅଛି । କିଛି ଭଲ ଖବର ପାଇପାରନ୍ତି ।

ଧନୁ- କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ । କର୍ମକ୍ଷେତ୍ରରେ ଏକ ପ୍ରକାର ବିବାଦର ସମ୍ମୁଖୀନ ହୋଇପାରେ । ଏହିପରି ପରିସ୍ଥିତିର ସାମ୍ନା କରିବା କଠିନ ହେବ । ପାରିବାରିକ ଜୀବନ ମଧ୍ୟମ ଫଳ ଦେବ।  ପ୍ରଶଂସା ପାଇ ଖୁସି ହେବେ ।

ମକର-  ଯଦି ଆପଣ କିଛି ଦିନ ହେବ ଅପେକ୍ଷା କରିଥିଲେ, ତେବେ ଏହା ବିଷୟରେ ଭଲ ଖବର ପାଇବେ । ଘରେ ସକରାତ୍ମକ ବାତାବରଣ ସୃଷ୍ଟି ହେବ ଏବଂ ସମସ୍ତେ ଆପଣଙ୍କ ଉପରେ ଖୁସି ହେବେ । ସାମାନ୍ୟ କଲହଯୋଗ ରହିଛି ।

କୁମ୍ଭ- ରାଜ ସମ୍ମାନ ପ୍ରାପ୍ତି କରିବେ । ମନ ପ୍ରଫୁଲ୍ଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ । ଅଯଥା କଳହ କରନ୍ତୁ ନାହିଁ । ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ । ବ୍ୟବସାୟ ପାଇଁ ଦିନଟି ଭଲ ରହିଛି । ଆଶା ଅନୁସାରେ ଫଳ ପ୍ରାପ୍ତି ହେବ ।

ମୀନ- ଦୃଢ଼ମନା ହୋଇ କାର୍ଯ୍ୟ କରିବେ । ସଫଳତାର ଶୀର୍ଷରେ ପହଞ୍ଚିବେ । ଭ୍ରମଣର ଯୋଗ ରହିଛି । ଅଧିକ ଖର୍ଚ୍ଚର ସମ୍ଭାବନା ଅଛି । ନୂତନ ସ୍ଥାନ ପ୍ରାପ୍ତି କରିବେ । ପରିବାର ସହ ସମୟ ଅତିବାହିତ କରିବେ । ଆଳସ୍ୟର ବଶବର୍ତ୍ତୀ ହୋଇପାରନ୍ତି ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଯାଜପୁର , ଯୋଗାଯୋଗ - 8249826682

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.