ମାର୍ଚ୍ଚ ୦୨ ତାରିଖ, ଶନିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | March 02, 2024 IST

ମେଷ– ଧନ ପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆପଣ କିଛି ନୂତନ ଏବଂ ଆକର୍ଷଣୀୟ ଅନୁଭୂତି ପାଇବେ । ଅଧ୍ୟୟନ କିମ୍ବା ବୃତ୍ତି ସହ ଜଡ଼ିତ କାର୍ଯ୍ୟ ପୁଣି ଆରମ୍ଭ ହେବ । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।

ବୃଷ– ମନ ଉତ୍ସାହିତ ଓ ପ୍ରଫୁଲ୍ଲିତ ରହିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ରାଜ ସମ୍ମାନ ପ୍ରାପ୍ତ ହେବ । ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । ଭ୍ରମଣର ଯୋଗ ରହିଛି । ବାକି ଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ଖୁସି ଅନୁଭବ କରିବେ ।

ମିଥୁନ– ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । ବିଦେଶ ଭ୍ରମଣ ଯୋଗ ରହିଛି । କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ। ମନରେ ସାମାନ୍ୟ ନିରୁତ୍ସାହ ଭାବ ଦେଖାଦେଇପାରେ ।

କର୍କଟ– ଅଳସ୍ୟତା ଗ୍ରାସ କରିବ। ଅଧିକ ଅର୍ଥ ବ୍ୟୟର ଯୋଗ ରହିଛି । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ ।

ସିଂହ– ମାନ ସମ୍ମାନ ଲାଭ କରିବେ । ବୈବାହିକ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପାଠ ପ୍ରତି ଆଗ୍ରହୀ ହେବେ । ବ୍ୟବସାୟରେ ଉନ୍ନତି ଘଟିବ। ଧନ ଲାଭ ହେବାର ସମ୍ଭାବନା ରହିଛି । ଚାକିରିରେ ପ୍ରମୋସନ ହୋଇପାରେ ।

କନ୍ୟା– ସର୍ବକାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ଗୃହରେ କିଛି ଶୁଭ କନ୍ୟାର ଆରମ୍ଭ ହେବ । କିଛି ନୂତନ ଦ୍ରବ୍ୟ ଲାଭ କରିବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ଲାଭ ଯୋଗ ଅଛି । ଛାତ୍ରଛାତ୍ରୀମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ।

ତୁଳା– ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ମନ ଖୁସି ହେବ । ପାରିବାରିକ ଜୀବନ ଖୁସି ହେବ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି । ପରିଶ୍ରମ ଅଧିକ ହେବ ଖର୍ଚ୍ଚ ବୃଦ୍ଧି ପାଇବ । ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ ।

ବିଛା– ଲୋକ ସମ୍ପର୍କରେ ବୃଦ୍ଧି ହେବ । ମନରେ ବିଷାଦ ଭାବ ଦେଖା ଦେଇପାରେ । ଶାରୀରିକ ଓ ମାନସିକ ଚିନ୍ତାରେ ରହିବେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ କରିବ । ବିଦ୍ୟାର୍ଥୀମାନେ ଅଳ୍ପ ପରିଶ୍ରମୀ ହେବେ ।

ଧନୁ– କୌଣସି ନୂତନ ଦ୍ରବ୍ୟ କ୍ରୟ କରିବେ । ମନ ଖୁସି ହେବ । ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ । ବ୍ୟବସାୟ ପାଇଁ ଭ୍ରମଣ ସଫଳ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ । ଲାଭ ପାଇଁ ମଧ୍ୟ ସୁଯୋଗ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀମାନେ ଲାଭବାନ ହେବେ।

ମକର– ବନ୍ଧୁ ମିଳନର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ ।

କୁମ୍ଭ– କ୍ରୋଧକୁ ନିଜ ସଞ୍ଜମରେ ରଖନ୍ତୁ। ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟରେ ବୃଦ୍ଧି ହେବ । ମନ ସାଧାରଣତଃ ଅଶାନ୍ତ ରହିପାରେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ଉନ୍ନତି କରିବେ ।

ମୀନ– ମାନ ହାନି ହୋଇପାରେ । ମନରେ ଉତ୍ଥାନ-ପତନ ହେବ । ଚାକିରିରେ କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଦ୍ୟାର୍ଥୀମାନେ ଅମନ ଯୋଗୀ ହେବେ । ଭ୍ରମଣ ଯୋଗୁଁ ଶାରୀରିକ କଷ୍ଟ ଭୋଗ କରିବେ ।

wp:paragraph {"align":"center"}

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.