ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ, ଚାଚେରୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୁରତୀ

Published By : Prameya-News7 Bureau | March 02, 2023 IST

ପୁରୀ ୦୨/୦୩: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ ବା ଦୋଳପୁର୍ଣ୍ଣମୀ ଯାତ୍ରାର ଆରମ୍ଭ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତୀକାନ୍ତି ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ କରାଯାଉଛି ।

ଫାଲଗୁନ ଶୁକ୍ଳ ଦଶମୀରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚାଚେରୀ ବେଶ ଓ ଭୋଗ ସହ ଫଲଗୁ ଅଞ୍ଜଳୀ ପ୍ରଦାନ ଓ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା ବିଧି ଅନୁଷ୍ଠିତ ହେବ । ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଦୋଳପୁର୍ଣ୍ଣିମା ଯାତ୍ରାକୁ ନିଳାଦ୍ରୀ ମହୋଦୟରେ ବସନ୍ତ ଗୁଣ୍ତିଚାର ଆଖ୍ୟା ଦିଆଯାଇଛି । ଚାଚେରୀ ଶଦ୍ଦର ଅର୍ଥ ହେଉଛି ଉତ୍ସବ, ଗୀତବାଦ୍ୟ ଓ ହସୋଲ୍ଲାସର ଉତ୍ସବ। ମହାପ୍ରଭୁଙ୍କର ଏହି ଚାଚେରୀ ବେଶ ଦର୍ଶନ କଲେ ଅପାର ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.