ରିମୋର୍ଟ ମେସିନରେ କପା ଚାଷୀଙ୍କୁ ଠକେଇ ଘଟଣା; ୨ ଅଭିଯୁକ୍ତ ଗିରଫ, ଗୋଟିଏ ଟ୍ରକ ଜବତ
25/01/2023 at 5:53 PM

ବଲାଙ୍ଗୀର ୨୫/୦୧: ବଲାଙ୍ଗୀରରେ ଅନ୍ୟ ରାଜ୍ୟର ଦଲାଲମାନଙ୍କର ପ୍ରାଦୁର୍ଭାବୂ ଏବେ ବଢ଼ିବାରେ ଲାଗିଛି। ମେସିନ୍ ସହିତ ରିମୋର୍ଟ ମାଧ୍ୟମରେ କପାଚାଷୀଙ୍କୁ ଲୁଟ୍ ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ୨ ଜଣ ସ୍ଥାନୀୟ ଦଲାଲଙ୍କ ସହିତ ଅନ୍ୟରାଜ୍ୟର ଗୋଟିଏ ଟ୍ରକ୍ ଓ ମେସିନ୍ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ଅକ୍ଷୟ ମେହେର ଓ ଗୋବିନ୍ଦ ସାହୁ। ସେମାନେ କାଣ୍ଟାବାଞ୍ଜି ଚାଉଳସୁଖାର ବାସିନ୍ଦା। ସେମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ସେପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଅଛି।
ଅନ୍ୟପଟେ ଜବତ ହୋଇଥିବା ଅନ୍ୟରାଜ୍ୟର ଟ୍ରକ୍ରେ ଗୁଜୁରାତର ନମ୍ୱର ପ୍ଲେଟ୍ ଥିବା ଦେଖିବାକୁ ମିଳିଛି। ତେବେ ମହାରାଷ୍ଟ୍ର ନାଗପୁରର ଜଣେ ବ୍ୟବସାୟୀ ବଲାଙ୍ଗୀର ର ବିଭିନ୍ନ ଅଞ୍ଚଳର କପା ଚାଷୀଙ୍କୁ ଠକି କପା କିଣି ବାହାର ରାଜ୍ୟକୁ ଚାଲାଣ କରୁଥିଲା। ସେ ଏବେ ଫେରାର ଫେରାର ମାରିଚି। ଏନେଇ ପୋଲିସ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଫେରାର ଟ୍ରେଡର ମାଲିକ ସହ କର୍ମଚାରୀଙ୍କୁ ଧରିବା ପାଇଁ ପ୍ରୟାସ୍ ଜାରି ରଖିଛି।