ଠକିଦେଲେ ମାମୁ ! ଭାଣେଜୀଙ୍କୁ ଲଗାଇଦେଲେ ୧୩ ଲକ୍ଷର ଚୂନ
3/10/2023 at 1:47 PM

ଭୁବନେଶ୍ୱର ୦୩।୧୦ : ଠକିଦେଲେ ମାମୁ । ନିଜ ଭାଣେଜୀଙ୍କୁ ଚାକିରି ଦେବାକୁ ଲକ୍ଷାଧିକ ଟଙ୍କାର ଚୂନା ଲଗାଇଦେଲା ମାମୁ । ଥାନାରେ ଅଭିଯୋଗ ପରେ ବଡ଼ଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଚାକିରି ନାଁରେ ପୁଣି ଠକେଇ । ତାହା ପୁଣି ଆଉ କାହାକୁ ନୁହେଁ । ନିଜ ଭାଣେଜୀଙ୍କୁ ଠକିଛି ମାମୁ । ଭାଣେଜୀଙ୍କୁ ରେଲଓ୍ୱରେ ଚାକିରି ଦେବାକୁ କହି ଠକିଛି ମାମୁ । ଡୁପ୍ଲିକେଟ୍ ଲେଟର ଦେଇ ଭାଣେଜୀଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଠକିନେଇଥିବା ଜଣାପଡିଛି । ଠକାମୀ ଶିକାର ହେବା ପରେ ମହିଳାଙ୍କ ଜଣଙ୍କ ତାଙ୍କ ସ୍ୱାମୀ ପକ୍ଷରୁ ବରଗଡ଼ ଥାନାରେ ଅଭିଯୋଗ କରିଛନ୍ତି ।
ସେପଟେ ବଡଗଡ଼ ଥାନା ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ଅଭିଯୋଗ ଆସିଥିବା ମାମୁଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ । ଏହି ଘଟଣାରେ କେଉଁ କେଉଁ ଲୋକ ସାମିଲ ଅଛନ୍ତି । ଏହାସହିତ କେଉଁ ରାକେଟ୍ଙ୍କ ସଂପୃକ୍ତି ଅଛନ୍ତି । ସେନେଇ ମଧ୍ୟ ଖୋଳତାଡ଼ କରୁଛି ବଡଗଡ଼ ପୋଲିସ ।