scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମନ୍ଦିରରେ ନିର୍ବନ୍ଧ ଆଉ ବାହାଘର, ତଥାପି ସ୍ବାମୀ ଏବେ କଲା ପର… ଜୀବନ ହାରିବାକୁ ଧମକ ଦେଲେ ଯୁବତୀ

22/02/2021 at 1:26 PM

ଭୁବନେଶ୍ବର ୨୨।୨: ଭଲ ପାଇଲେ ମନ୍ଦିରରେ ବିବାହ ବି କଲେ ହେଲେ ଶେଷରେ ମୁହଁ ଫେରାଇ ନେଲେ ଯୁବକ । ରାଜଧାନୀରେ ଜଣେ ବାପ-ମା’ ଛେଉଣ୍ଡ ଯୁବତୀଙ୍କୁ ଏଭଳି ଧୋକା ଦେଇଛନ୍ତି ପୁରୁଷ ବନ୍ଧୁ ତଥା ମନ୍ଦିରରେ ବିବାହ କରିଥିବା ସ୍ବାମୀ । ଏବେ ଆଉ ଧରାଛୁଆଁ ଦେଉନାହାନ୍ତି । ଯୁବତୀ ଜଣଙ୍କ ନିଜ ଜିଦ୍ ରେ ଅଟଳ । କହୁଛନ୍ତି ସେ ସହି ପୁଅକୁ ବାହାହେବେ ଯିଏ ତାଙ୍କ ଜୀବନ ନଷ୍ଟ କରିଛି, ନହେଲେ ଜୀବନ ହାରିବେ ।

ପ୍ରଥମେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ତାପରେ ବିବାହର ପ୍ରତିଶ୍ରୁତି ଦେଇ ୨୦୧୮ ମସିହାରେ ଯାଜପୁର ବିରଜା ମନ୍ଦିରରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ନିର୍ବନ୍ଧ ବି ହେଲା । କିନ୍ତୁ ବିବାହ ହୋଇନଥିଲା । କିନ୍ତୁ ଯୁବତୀଙ୍କ କହିବା କଥା ପରିବାରଲୋକଙ୍କ ଉପସ୍ଥିତିରେ ବିବାହ ହୋଇନଥିଲେ ମଧ୍ୟ ମନ୍ଦିରରେ ବିବାହ ହୋଇଛି ରସିଦ ବି କଟାଯାଇଛି ।

ଏମିିତି କିଛି ଦିନ ଗଲା ପରେ ଯୁବକ-ଯୁବତୀ ସ୍ବାମୀ-ସ୍ତ୍ରୀ ଭଳି ଏକାଠି ରହିବା ସହ ବିଭିନ୍ନ ସ୍ଥାନରେ ବୁଲାବୁଲି ମଧ୍ୟ କରୁଥିଲେ । ଗତ ଅଗଷ୍ଟ ମାସରେ କ’ଣ ଏମିତି ହେଲା କେଜାଣି ପୁଅ ଆଉ ଝିଅର ପାଖ ମାଡିଲାନି । ବିବାହ କରିବାକୁ ମଧ୍ୟ ରାଜି ବି ହେଉନି । ମାମଲା ଏବେ ପହଞ୍ଚିଛି ମହିଳା ଥାନାରେ । ଏ ସଂପର୍କରେ ପୁଅର ବାପା ଓ ମା’ଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ । ପୁଅ ଏବେ ଫେରାର । ଝିଅଙ୍କ କହିବା କଥା ମୋତେ ଯିଏ ବରବାଦ କରିଛି ମୁଁ ତାକୁ ହିଁ ବିବାହ କରିବି । ନହେଲେ ଆତ୍ମହତ୍ୟା କରିବି ।

ତେବେ କ’ଣ କହୁଛନ୍ତି ପୀଡିତା ଶୁଣନ୍ତୁ…

   Related Posts