ରିମାଣ୍ଡରେ ଆସିବ ଠକ ସର୍ଦ୍ଦାର ସଚ୍ଚିଦାନନ୍ଦ, JMFC କୋର୍ଟରେ ୩ ଦିନ ଆବେଦନ କଲା ସ୍ପେଶାଲ କ୍ରାଇମ ୟୁନିଟ୍
18/09/2023 at 1:27 PM

ଭୁବନେଶ୍ୱର ୧୮/୦୯: ରିମାଣ୍ଡରେ ଆସିବ ଠକ ସର୍ଦ୍ଦାର ସଚ୍ଚିଦାନନ୍ଦ ଭୋଇ । JMFC କୋର୍ଟରେ ୩ ଦିନ ରିମାଣ୍ଡ ପାଇଁ ଆବେଦନ କଲା ସ୍ପେଶାଲ କ୍ରାଇମ ୟୁନିଟ୍ । ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଛି ସଚ୍ଚିଦାନନ୍ଦ । ତଦନ୍ତ ସମୟରେ ସାମ୍ନାକୁ ଆସିଛି ଜଣେ ମହିଳାଙ୍କ ସମ୍ପୃକ୍ତି । କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ରାଜ୍ୟ ବାହାରୁ ୧୦ କୋଟିରୁ ଉର୍ଦ୍ଧ ଟଙ୍କା ଠକିଛି ସଚ୍ଚିଦାନନ୍ଦ ।
୨୦୧୦ ମସିହାରୁ କଳାକାରନାମା ଚଳାଇଥିଲା ଠକ । ୨୦୧୦ ମସିହାରେ ଉଜ୍ଜ୍ୱଳା ପ୍ରାଇଭେଟ ଲିମିଟେଡ଼ ନାମକ ସଂସ୍ଥା ଆରମ୍ଭ କରିଥିଲା । ତେଲକୋଇ ସ୍ଥିତ ଭୂଷଣ ପ୍ରାଇଭେଟ ଲିମିଟେଡ଼ କମ୍ପାନୀରେ ଚାକିରୀ କରାଇବାକୁ କହି ୫୦ ଲକ୍ଷ ଠକିଥିଲା । ବିପିସିଏଲ ରେ ଠକେଇ ନେଇ ମଧ୍ୟ ପୂର୍ବରୁ ସମ୍ବଲପୁର ପୋଲିସ ଗିରଫ କରିଥିଲା ।
ଜୟଦେବବିହାର ଛକରେ ” OFFOS ” ନାମକ ଏକ ଅଫିସ ଖୋଲିଥିଲା । ପରେ ରସୁଲଗଡ଼ ଏସପ୍ଲାନେଡ଼ ଭିତରେ ଅଫିସ କରି କୋଟି କୋଟି ଲୁଟିଥିଲା । ୨୦୧୬ ମସିହାରେ ରାୟପୁର ପୋଲିସ ମଧ୍ୟ ଏହି ଚତୁର ଠକକୁ ବାନ୍ଧିଥିଲା । ସହିଦନଗର, ତମାଣ୍ଡୋ, ମଞ୍ଚେଶ୍ୱର ଥାନାରେ ଠକ ବିରୋଧରେ ମାମଲା ରହିଛି ।
ଅନ୍ୟ ରାଜ୍ୟ ପୋଲିସ ସହ ଏ ନେଇ ଯୋଗାଯୋଗ କରୁଛି ସ୍ପେଶାଲ କ୍ରାଇମ ୟୁନିଟ । ତା ନାଁ ରେ କେତୋଟି କମ୍ପାନୀ ଅଛି ଜାଣିବା ପାଇଁ ରେଜିଷ୍ଟାର ଅଫ କମ୍ପାନୀଜ ( ROC ) କୁ ଚିଠି ଲେଖାଯାଇଛି । ଟ୍ରାଞ୍ଜାକ୍ସନ ସମ୍ପର୍କରେ ଜାଣିବା ପାଇଁ ବ୍ୟାଙ୍କ୍କୁ ଚିଠି ଲେଖାଯାଇଛି । ଠକ ବିରୋଧରେ ଅଭିଯୋଗ ଥିଲେ ତୁରନ୍ତ ନିକଟସ୍ଥ ଥାନାରେ କରିବାକୁ ସୂଚନା ଦେଇଛି ପୋଲିସ ।
you can also read….