ଶ୍ରମ କାର୍ଡ଼ କରାଇଦେବା କହି ଲୋକଙ୍କୁ ଠକୁଥିଲେ, ପୋଲିସ ଜିମା ଦେଲେ ଗ୍ରାମବାସୀ

Published By : Prameya-News7 Bureau | October 14, 2022 IST

ଦାରିଙ୍ଗବାଡ଼ି: ଶ୍ରମିକ କାର୍ଡ଼ କରାଇ ଦେବାକୁ କହି ସାଧାରଣ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଥିଲେ । ହେଲେ ବେଶି ଦିନ ଚାଲିଲା ନାହିଁ ଠକାମୀ । ଲୋକଙ୍କ ହାବୁଡ଼େ ପଡି ଥାନାକୁ ଗଲେ ଦୁଇ ଠକ ।  ସେମାନେ ହେଲେ ଗଜପତି ଜିଲ୍ଲା  ଆର.ଉଦୟଗିରି ଅନ୍ତର୍ଗତ ତାବରରାଡା ଗ୍ରାମର  ଅତୁଲ୍ୟ ଜେନା ଓ ରଞ୍ଜିତ ସିଂ ।

ଦୁଇ ଜଣ  ଆଜି ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କିରୀକୁଟି ଅଞ୍ଚଳରୁ ଶ୍ରମିକ କାର୍ଡ଼ କରି ଦେବାକୁ କହି ନିରୀହ ମହିଳା ଓ ପୁରୁଷ ଙ୍କ ଠାରୁ  ହଜାର ହଜାର ଟଙ୍କା ଠକି ନେଉଥିବା ବେଳେ ସେହି ସ୍ଥାନର କିଛି ଯୁବକ ତାଙ୍କୁ ସନ୍ଦେହ କରି ଶେଷରେ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏହି ଦୁଇ ଜଣଙ୍କ ନିକଟରେ ଶ୍ରମ କାର୍ଡ଼ କରିବା ପାଇଁ କୌଣସି ପ୍ରମାଣ ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଦାରିଙ୍ଗବାଡ଼ି ବ୍ଲକରୁ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ଠାରୁ ଟଙ୍କା ଠକିଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ଦାସିଙ୍ଗବାଡ଼ି ଗ୍ରାମରେ କିଛି ଲୋକଙ୍କ ଠାରୁ ଟଙ୍କା ଆଦାୟ କରି ନେଇଥିବା ପୋଲିସ ନିକଟରେ ଦୁଇ ଠକ ମାନିଛନ୍ତି  । ଘଟଣାର ତଦନ୍ତ ପରେ ହିଁ କେଉଁ ସବୁ ଅଞ୍ଚଳରୁ କେତେ ଟଙ୍କା ଠକି ନେଇଛନ୍ତି ଆଉ କିଏ କିଏ ଏଥିରେ ସମ୍ପୃକ୍ତ ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି  ଥାନା ଅଧିକାରୀ କୌଶିକ ମାଝୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.