ବଜେଟ୍‌ରେ ଶସ୍ତା ହେଲା ଓ ବଢିଲା ଏହି ଜିନିଷର ଦର

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୦୧।୦୨ - ଏବେ ବିଦେଶରୁ ଆସୁଥିବା ଜୋତା ଓ ଆସବାବ ପତ୍ର ବା ଫର୍ଣ୍ଣିଚର ଦର ବୃଦ୍ଧି ପାଇବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଏହି ସବୁ ଜିନଷ ଉପରେ କଷ୍ଟମ ବା ସୀମା ଶୁଳ୍କ ବୃଦ୍ଧି ଘୋଷଣା କରିଛନ୍ତି । ଦ୍ୱିତୀୟ ବଜେଟ୍‌ ଉପସ୍ଥାପନା କରିବା ବେଳେ ସେ ଏହି ବିଷୟରେ ସୂଚନା ଦେଇଛନ୍ତି ।


ଚିକିତ୍ସା ବେଳେ ଆବଶ୍ୟକ ହେଉଥିବା ବିଭିନ୍ନ ଯନ୍ତ୍ରପାତି ବା ମେଡିକାଲ୍‌ ଇକ୍ୟୁପମେଣ୍ଟର ମୂଲ୍ୟ ହ୍ରାସ ପାଇବ । ଏବେ ଦେଶରେ ଏହି ସବୁ ଯନ୍ତ୍ରପାତି ଉତ୍ପାଦନ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ।

{"id":218700,"width":584,"height":779,"sizeSlug":"large"}

ସେହିପରି ଆମଦାନୀ କରାଯାଉଥିବା କାନ୍ଥ ପଙ୍ଖା ବା ଫ୍ୟାନ, ଟେବଲଓ୍ୱାର ଓ କିଚେନ୍‌ଓ୍ୱାରର କଷ୍ଟମ ଡ୍ୟୁଟି ବି ସୀମା ଶୁଳ୍କ ବୃଦ୍ଧି କରାଯାଇଛି । ଚିନି, ପଶୁ(ଚାଷ ଓ ପଶୁପାଳନ) ଜାତ ଉତ୍ପାଦ, ଟୁନା ବେଟସ ସ୍କିମଡ୍ ମିଲ୍କ ବା ଦୁଗ୍ଧ, କେତକ ଅଲକହଲ ଥିବା ପାନୀୟ, ସୋୟା ଫାଇବର ଓ ସୋୟା ପ୍ରୋଟିନରୁ ସୀମା ଶୁଳ୍କ ମୁକ୍ତ କରାଯିବାରୁ ପ୍ରତ୍ୟାହାର କରିଛନ୍ତି ।

{"id":218703,"width":578,"height":771,"sizeSlug":"large"}

କାନ୍ଥ ପଙ୍ଖା ବା ଫ୍ୟାନ ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି । ଏହାକୁ ୭.୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହପରି ତମ୍ବା, ଇସ୍ପାତ ବା ଷ୍ଟିଲ, କ୍ଲେ ଆଇରନ୍‌, ପ୍ରୋକେଲିନ୍‌ ଓ ଚାଇନା ସେରାମିକ୍‌ରୁ ପ୍ରସ୍ତୁତ ଟେବଲଓ୍ୱାର ଓ କିଚେନ୍‌ଓ୍ୱାରର ସୀମା ଶୁଳ୍କ ୧୦ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ବାଣିଜ୍ୟିକ ବା କମରସିଆଲ୍‌ ଯାନବାହାନର ବିଭିନ୍ନ ଯନ୍ତ୍ରାଶଂ ଦର ବୃଦ୍ଧି ପାଇବ । ଏଥିପାଇଁ ସୀମା ଶୁଳ୍କ ବୃଦ୍ଧି କରାଯାଇଛି । ମାତ୍ର ଇଲେକ୍ଟ୍ରିକ ଯାନବାହାନ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.