ବାସମତି ଚାଉଳ ପ୍ୟାକେଟରେ ଚରସ, କଚ୍ଛ ଉପକୂଳରୁ ଧରିଲା ବିଏସଏଫ୍

Published By : Prameya-News7 Bureau | June 13, 2022 IST

ନୂଆଦିଲ୍ଲୀ,୧୩/୦୬: ଗୁଜରାଟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ୧୦ ପ୍ୟାକେଟ୍‌ ଚରସ ଜବତ କରିଛି । ବାସମତି ଚାଉଳ ପ୍ୟାକେଟ୍‌ରେ ଏହା ଯାଉଥିଲା । ଗୁଜରାଟର କଚ୍ଛ ଜିଲ୍ଲା ନିକଟବର୍ତ୍ତୀ ଜାଖାଉ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏହାକୁ ଠାବ କରାଯାଇଛି । ‘କୋବ୍ରା ବ୍ରାଣ୍ଡ୍‌ କୋହିନୂର’ ବାସମତି ଚାଉଳ ପ୍ୟାକେଟ୍‌ ମଧ୍ୟରେ ଏହାକୁ ଲୁଚାଯାଇ ଚାଲାଣ କରାଯାଉଥିଲା । ପାକିସ୍ତାନରୁ ଏହା ଆସିଥିବା ଅନୁମାନ କରାଯାଉଛି । ବିଏସ୍‌ଏଫ୍‌ ଭୁଜ ଏହାକୁ ଜବତ କରିଥିବା ଜଣାପଡ଼ିଛି ।

ବିଏସ୍‌ଏଫ୍‌ ଓ ଅନ୍ୟ ଏଜେନ୍ସି ଦ୍ୱାରା ୨୦୨୨ ମେ ୨୦ ପରଠାରୁ ଏ ପର୍ଯ୍ୟନ୍ତ ୧,୫୧୬ ପ୍ୟାକେଟ୍‌ ନିଶାଦ୍ରବ୍ୟ ଜବତ ହେଲାଣି । ସପ୍ତାହେ ତଳେ କଚ୍ଛ ଜିଲ୍ଲାରୁ ୪୯ ପ୍ୟାକେଟ୍‌ ହେରୋଇନ୍‌ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କା ଥିଲା । ଏକ ପାକିସ୍ତାନୀ ଡଙ୍ଗାରେ ଏହି ହେରୋଇନ୍‌ ଚାଲାଣ ହୋଇଥିବା ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ୱାଡ (ଏଟିଏସ୍‌) ସୂଚନା ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.