ବ୍ରିଜ୍ ତଳକୁ ଖସି ପଡିଲା ଚାଉଳ ବୋଝେଇ ଟ୍ରକ୍, ଭାରସାମ୍ୟ ହରାଇ ଓଲଟିପଡିଲା
6/09/2022 at 9:31 AM

ଚଣ୍ଡୀଖୋଲ ୦୬/୦୯: ୧୬ ନମ୍ବର ଜାତୀୟ ରାଜପଥ ର ଧର୍ମଶାଳା ଥାନା ଅଧୀନ ଶଙ୍ଖାରିଡିହ ଠାରେ ବ୍ରିଜ ତଳକୁ ଓଲଟି ପଡିଲା ଚାଉଳ ବୋଝେଇ ଟ୍ରକ୍ । ସୂଚନା ଅନୁଯାୟୀ କୋଲକାତାରୁ ଚାଉଳ ବୋଝେଇ କରି ଏକ ଟ୍ରକଟି ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଶଙ୍ଖାରିଡିହ ଠାରେ ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସି ପଡିଛି ।
ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟି ଟ୍ରକଟି ପୋଲ ତଳକୁ ଖସି ପଡିଛି । ଗାଡିରେ ଡ୍ରାଇଭର ଓ ହେଲପର ରହିଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଟ୍ରକରେ ମୋଟ ୨୫ ଟନ ଚାଉଳ ଯାଉଥିବା ବେଳେ ଚାଉଳ ବସ୍ତା ରାସ୍ତା ଉପରେ ପଡି ରହିଛି । ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଁଚି ଘଟଣାର ଅଧିକ ତଦନ୍ତ ଚଳାଇଛି..
Related Posts
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023
ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ, ୭୫ ବର୍ଷ ବୟସରେ ଦେହାନ୍ତ
28 January 2023