ସ୍ବାମୀଙ୍କ ସହ ଝଗଡା ଯୋଗୁଁ ଫେସବୁକ୍ ସାଙ୍ଗଙ୍କ ସହ ଚାଟିଂ କଲେ ମହିଳା : ତାପରେ କ’ଣ ହେଲା ପଢନ୍ତୁ ପୁରା ଖବର...

Published By : Prameya-News7 Bureau | September 09, 2018 IST

ନୂଆଦିଲ୍ଲୀ ୯|୯: ନିଜ ସ୍ବାମୀଙ୍କ ସହ ଝଗଡା କାରଣରୁ ନଏଡା ସେକ୍ଟର ୨୦ରେ ଏକାକୀ ରହୁଥିବା ଅନୀମା (ଛଦ୍ମନାମ) ଫେସବୁକରେ ଜଣେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କଲେ । ଧୀରେ ଧୀରେ ଜୟପୁରରେ ରହୁଥିବା ଏହି ଯୁବକ ସହ ଚାଟିଂ ମଧ୍ୟ କଲେ । ଅନୀମା ମାନସିକ ସ୍ତରରେ ଦୁର୍ବଳ ଥିଲେ । ତେଣୁ ସେ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମଧ୍ୟ କିଛି କଥା ଯୁବକଙ୍କୁ ଜଣାଇଥିଲେ । ଧୀରେ ଧୀରେ ଯୁବକ ଅନୀମାଙ୍କ ନିକଟବର୍ତ୍ତୀ ହେବାକୁ ଲାଗିଲେ । ଅନୀମାଙ୍କ ଝିଅର ଜନ୍ମଦିନରେ କେକ୍ ପଠାଇଲେ । ବିଭିନ୍ନ ଉପହାର ମଧ୍ୟ ପଠାଇବାକୁ ଲାଗିଲେ । ତେବେ ଇତି ମଧ୍ୟରେ ଅନୀମା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଗଲା ଏବଂ ଅନୀମାଙ୍କ ସହ ତାଙ୍କ ସ୍ବାମୀ ରହିଲେ । ଫଳରେ ଫେସବୁକ୍ ବନ୍ଧୁଙ୍କ ସହ ଅନୀମା ଚାଟିଂ କରିବା ବନ୍ଦ କରିଦେଲେ । ଏଥର ଫେସବୁକ୍ ବନ୍ଧୁ ତାଙ୍କର ଅସଲ ରୂପ ଦେଖାଇବା ଆରମ୍ଭ କଲେ । ଅତୀତରେ ଅନୀମାଙ୍କଠୁ ଜାଣିଥିବା ତାଙ୍କ ବ୍ୟକ୍ତିଗତ ଜୀବନର କଥାକୁ ଦୋହରାଇ ବ୍ଲାକମେଲିଂ କରିବା ଆରମ୍ଭ କରିଦେଲେ । ଶାରିରୀକ ସଂପର୍କ ପାଇଁ ଅନୀମାଙ୍କ ଉପରେ ଚାପ ପକାଇବା ଆରମ୍ଭ କଲେ । ଆଉ କିଛି ଉପାୟ ନପାଇ ଅନୀମା ନିଜ ସ୍ବାମୀଙ୍କୁ ସବୁକଥା କହିବା ସହ ପୁରୁଣା ଚାଟ୍ ଦେଖାଇଲେ । ଅନୀମାଙ୍କ ସ୍ବାମୀ ଜୟପୁରର ଏହି ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ଏହି ଯୁବକ ଅନୀମାଙ୍କ ସ୍ବାମୀଙ୍କୁ ମଧ୍ୟ ଧମକଚମକ ଦେବା ଆରମ୍ଭ କଲେ । ଫଳରେ ସ୍ବାମୀଙ୍କ ପରାମର୍ଶ କ୍ରମେ ଅନୀମା ନଏଡା ପୋଲିସ ଥାନାରେ ମାମଲା ଦାୟର କରିଛନ୍ତି । ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିବା ସହ ସାଇବର ସେଲ୍ ସହାୟତାରେ ଅତିଶୀଘ୍ର ଯୁବକଙ୍କୁ ଗିରଫ କରାଯିବ ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.