ଦିନଦ୍ବିପହରରେ ଛାତ୍ରୀଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | February 10, 2020 IST

ଭୁବନେଶ୍ୱର ୧୦|୦୨: ରାଜଧାନୀରେ ଗୁଳିମାଡ । ଭୁବନେଶ୍ବର ଜନବଗରପୂର୍ଣ୍ଣ ଅଞ୍ଚଳ ଭାବେ ଜଣାଶୁଣା ଇନ୍‌ଫୋସିଟି ଅଞ୍ଚଳରେ ଗୁଳିମାଡ ହୋଇଛି । ଗୁଳିମାଡରେ ଜଣେ ଛାତ୍ରୀ ଗୁରୁତର ଥିବା ଜଣାପଡିଛି । ଛାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି।

ସୂଚନାଯୋଗ୍ୟ ଯେ,  ସୋମବାର ଦିନ ଛାତ୍ରୀଜଣଙ୍କ ତାଙ୍କ ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ୨ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳିମାଡ କରିଛନ୍ତି । ଗୁଳିମାଡ ପରେ  ଘଟଣାସ୍ଥଳରୁ ଦୁର୍ବୃତମାନେ ଫରେରା ହୋଇଯାଇଛନ୍ତି ।  ଛାତ୍ରୀଙ୍କ ଗୋଡରେ ଗୁଳି ବାଜିଛି। ଏବଂ  ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରୀଜଣଙ୍କ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବାର ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.