suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

କଲେଜ ଛାତ୍ରୀଙ୍କ ଉପରେ ଚଢିଗଲା ବସ, ଜଣେ ମୃତ ଓ ଅନ୍ୟଜଣେ ଗୁରୁତର

9/01/2023 at 12:08 PM

ଢେଙ୍କାନାଳ ୦୯/୦୧: କଲେଜ ବାର୍ଷିକ ଉତ୍ସବ ପାଇଁ ବେଶ ମସଗୁଲ ହୋଇ ସ୍କୁଟିରେ ଯାଉଥଲେ ଦୁଇ ଛାତ୍ରୀ । ମାତ୍ର ଜାତୀୟ ୫୫ନମ୍ବର ରାଜପଥରେ ଜଗିଥିଲା ଯମ । କଣ କିଛି ଭାବିବା ପୂର୍ଵରୁ ପଛରୁ ଆସୁଥିବା ଏକ ବସ ତାଙ୍କ ଉପରେ ମାଡି ଯାଇଥିଲା । ଘଟଣା ସ୍ଥଳରେ ଜଣେ କଲେଜ ଛାତ୍ରୀ ର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି ।

୫୫ନମ୍ବର ଜାତୀୟ ରାଜପଥର ଢେଙ୍କାନାଲ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଧଳପୁର ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାହାକୁ ନେଇ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ର ଛାତ୍ରୀ ଦୁର୍ଘଟଣା ସ୍ଥଳରେ ଜାତୀୟ ରାଜପଥ ଅବରୋଧ କରିଥିବାରୁ ଉତ୍ତେଜନା ପ୍ରକାଶ ପାଇଛି । ମୃତାହତ ଛାତ୍ରୀ ଦୁଇଜଣ ସ୍ଥାନୀୟ ସତ୍ୟମ ଶିବମ ସୁନ୍ଦରମ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡିଛି । ମୃତା ଛାତ୍ରୀ ମୋଟଙ୍ଗା ଥାନା ଅନ୍ତର୍ଗତ ବେଳପଡା ଗ୍ରାମର ଇପ୍ସିତା ବରାଳ ଓ ଗୁରତର ଛାତ୍ରୀ କାଉଁରିଆପାଳ ଗ୍ରାମର ଶ୍ରେୟାଶ୍ରୀ ମହାନ୍ତି ବୋଲି ଜଣାପଡିଛି ।

କଲେଜ ବାର୍ଷିକ ଉତ୍ସବ ପାଇଁ ଉଭୟେ ଆଜି ଏକ ସ୍କୁଟି ଯୋଗେ କଲେଜ କୁ ଯାଉଥିଲେ । ତେବେ ଧଳପୁର ଛକ ନିକଟରେ ସ୍କୁଟିରେ କୁକୁର ଧକ୍କା ହେବାରୁରାସ୍ତାରେ ଖସି ପଡ଼ିଥିଲେ । ମାତ୍ର ପଛରୁ ରୁଙ୍ଗଟା କାରଖାନାକୁ ଯାଉଥିବା କାରଖାନାର ବସ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଇପ୍ସିତଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଢେଙ୍କାନାଲ ମୁଖ୍ୟ ଡାକ୍ତର ଖାନାକୁ ପଠାଇଥିବା ଜଣାପଡିଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ଓ କଲେଜ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଦୁର୍ଘଟଣା ସ୍ଥଳ ଧଳପୁର ଛକରେ ଦୁର୍ଘଟଣା ଘଟିଥିବା ବସ କୁ ଅଟକ ରଖି ଜାତୀୟ ରାଜପଥ ଆବରୋଧ କରିଥିଲେ ।

   Related Posts