ନିର୍ଦ୍ଦୟ ହେଲେ ଶିକ୍ଷକ, ନିସ୍ତୁକ ମାଡ ମାରି ଛାତ୍ରଙ୍କୁ କଲେ ଲହୁଲୁହାଣ

Published By : Prameya-News7 Bureau | November 24, 2022 IST

ଉଦଳା ୨୪/୧୧: ଦଣ୍ଡମୁକ୍ତ ଅଂଚଳରେ ଦଣ୍ଡଯୁକ୍ତ ବ୍ୟବସ୍ଥା । ଜଣେ ଶିକ୍ଷକ ଛାତ୍ରଙ୍କ ଅତି ନିର୍ଦ୍ଦୟ ଭାବେ ମାଡ ମାରି କରିଛନ୍ତି ଗୁରୁତର । ଏଭଳି ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି କପ୍ତିପଦା ବ୍ଲକ କପ୍ତିପଦା ଉପ୍ରା ବିଦ୍ୟାଳୟରେ ।

ଗତକାଲି ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୁଭ ବେହେରା ବିଦ୍ୟାଳୟ ଯାଇଥିଲେ । ହେଲେ ମଧ୍ୟାହ୍ନ ସମୟରେ ସେ ବିଦ୍ୟାଳୟ ପାଖରେ ଥିବା ନାଳରୁ ବାଡି ସାହାଯ୍ୟରେ ମୃତ ସାପଟିକୁ ଉଠାଇଥିଲେ । ଯାହା ବାବଦରେ ଅନ୍ୟ ଛାତ୍ରମାନେ ଶିକ୍ଷକଙ୍କ ନିକଟରେ କହିବା ପରେ ବିଦ୍ୟାଳୟର ଶିକ୍ଷକ ଜୟନ୍ତ କୁମାର ମଲ୍ଲିକ କିଛି ନ ବୁଝି ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୁଭ ବେହେରାକୁ ଅତି ନିର୍ଦ୍ଦୟ ଭାବେ ମାଡ ମାରିଥିଲେ । ଶୁଭ ବେହେରାଙ୍କୁ ଶିକ୍ଷକ ଏପରି ମାଡ ମାରିଛନ୍ତି ଯେ ତାଙ୍କର ପିଠିରେ ଦାଗ ପଡିଯିବା ସହିତ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଛାତ୍ର ଜଣକ ବିଦ୍ୟାଳୟରୁ ଘରକୁ ଫେରିବାର ଦୀର୍ଘ ସମୟ ପରେ ପରିବାର ଲୋକେ ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ପରେ ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାଡ ଖାଇ ଛାତ୍ରର ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.