ସ୍କୁଲ ପରିସରରେ ମାତିଲେ ଦୁର୍ବୃତ୍ତ, ଅଜଣା ଯୁବକଙ୍କ ଛୂରାମାଡରେ ତୃତୀୟ ଶ୍ରେଣୀ ଛାତ୍ର ଗୁରୁତର
21/01/2023 at 1:26 PM

ବାଙ୍କୀ ୨୧/୦୧: ବାଙ୍କୀ ଥାନା ଠାରୁମାତ୍ର ଅଳ୍ପ ଦୂରରେ ରହିଥିବା ଚର୍ଚ୍ଚିକା ୟୁଜେଇଏମ୍ ସ୍କୁଲ । ଆଉ ଏହି ସ୍କୁଲ ପରିସରରେ ହଠାତ୍ ଅଜଣା ଯୁବକଙ୍କ ପଶି ଆତଙ୍କରାଜ୍ ଚଳାଇଛନ୍ତି । ସ୍କୁଲରେ ପାଠପଢା ଚାଲିଥିବାବେଳେ ମଧ୍ୟାହ୍ନ ସମୟରେ ଜଣେ ଅଜଣା ଯୁବକ ପଶି ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କରିଛନ୍ତି ।
ଯୁବକଙ୍କ ଛୁରା ମାଡରେ ଛାତ୍ର ସାଇ ପ୍ରସାଦ ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଛି । ଗତ ଦୁଇଦିନ ତଳେ ଘଟିଛି ଏହି ଘଟଣା । ଆହତ ଛାତ୍ର ଜଣଙ୍କ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ହେବା ପରେ ଏବେ ସୁସ୍ଥ ରହିଥିବା ସୂଚନା । ଏଠାରେ ପ୍ରଶ୍ନ ଉଠୁଛି ସ୍କୁଲ ପରିସରରେ ଛାତ୍ରଙ୍କୁ ଛୁରାମାଡ ହେବା ଅଭାବନୀୟ ଘଟଣା ।
ତେବେ ସ୍କୁଲ କର୍ତ୍ତୃପକ୍ଷ ଏ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ପରେ ଘଟଣାକୁ ନେଇ ଆହତ ଛାତ୍ରଙ୍କ ପରିବାର ଓ ସମ୍ପର୍କୀୟ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେବା ପରେ ଗତକାଲି ସ୍କୁଲ ପକ୍ଷରୁ ବାଙ୍କୀ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ସେପଟେ ସ୍କୁଲ ପରିସରରେ ଯଥା ଶିଘ୍ର ସିସିଟିଭି ଲଗାଯିବ ବୋଲି ବିଇଓ ନରେନ୍ଦ୍ର କୁମାର ବେହେରାଙ୍କ ସୂଚନା ଦେଇଛନ୍ତି ।