ବ୍ରାଜରାଜନଗର୧୭।୦୨ - ବ୍ରଜରାଜନଗର କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ହତ୍ୟାକାଣ୍ଡର ତଦନ୍ତକୁ ଜୋରଦାର କରିଛି ଛତିଶଗଡ ପୋଲିସ । ଅନୁପ ସାଏଙ୍କ ବ୍ୟାଙ୍କ ଖାତା ଯାଞ୍ଚ ଆରମ୍ଭ ହୋଇଛି । ଅନ୍ୟପଟେ ଆସନ୍ତାକାଲି ଅନୁପ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ସହ ରିକ୍ରିଏଟ କରିବ ରାୟଗଡ ପୋଲିସ । ଘଟଣାରେ ଏହି ଦୁଇ ଜଣଙ୍କ ଛଡା ଆହୁରି କିଛି ଲୋକ ସମାଲି ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରି ସେ ଦିଗରେ ତଦନ୍ତ ଆରମ୍ଭ କରିଛି । ସେପଟେ ଅନୁପ ସାଏଙ୍କ ପୁତୁରାଙ୍କୁ ନୋଟିସ ଜାରି କରାଯାଇଛି ।
{"id":225628,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-19h38m49s935-1778x1000.jpg)
ବ୍ରଜରାଜଗନର ମା ଝିଅ ହତ୍ୟା ଘଟଣାରେ କେବଳ ଅନୁପ ସାଏ ଓ ବର୍ଦ୍ଧନ ଟପ୍ପୋ ସାମିଲ ନା ଆଉ କିଛି ବି ଅଛନ୍ତି ? କାରଣ ପୂର୍ବରୁ ପୋଲିସ କେବଳ ବୋଲେରୋ ଗାଡି ହତ୍ୟା ପାଇଁ ବ୍ୟବହାର ହୋଇଥିବା ଜଣା ପଡିଥିବା ବେଳେ ଗତକାଲି ବର୍ଦ୍ଧନ ଦେଖାଇଥିବା ଡେମୋ ବେଳେ ଇନୋଭା ଗାଡି ସାମିଲ ଥିଲା । ବର୍ଦ୍ଧନକୁ ପଚରା ଉଚରା ବେଳେ ଏହି ହତ୍ୟାକାଣ୍ଡରେ ଇନୋଭା ଗାଡି ବି ବ୍ୟବହାର ହୋଇଥିବା କଥା କହିଛି । ସେହି ଅନୁସାରେ ଡେମୋ ବି ଦେଖାଇଛି ।
{"id":225629,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-19h38m53s039-1778x1000.jpg)
ଇନୋଭା ଗାଡିଟି ଅନୁପ ସାଏଙ୍କର ଥିଲା । ତେବେ ଏହି ଇନୋଭା ଗାଡିରେ କିଏ ବସିଥିଲେ ? କିଏ ଚଳାଉ ଥିଲା ଏହି ଗାଡି ? ଘଟଣାରେ ଏମାନଙ୍କ ସହ ଆଉ କିଛି ବ୍ୟକ୍ତି ସାମିଲ ଥିବା ନେଇ ସେହି ଦିଗରେ ତଦନ୍ତ ଆରମ୍ଭ ହୋଇଛି । ସେପେଟେ ଆଜି ଅନୁପ ସାଏଙ୍କ ବ୍ୟାଙ୍କ ଖାତା ଯାଞ୍ଚ ଆରମ୍ଭ କରିଛି ଛତିଶଗଡ଼ ପୋଲିସ। ଛତିଶଗଡ ପୋଲିସର ୪ ଜଣିଆ ଟିମ ବ୍ରଜରାଜନଗରର ଷ୍ଟେଟବ୍ୟାଙ୍କ ସହ ଏମସିଏଲ ପରିସରରେ ଥିବା ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇ ଅନୁପଙ୍କ ବ୍ୟାଙ୍କ ଆକାଉଣ୍ଟ ତନଖି କରିଛି । କାଲି ଅନୁପ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ସହ ସିନ୍ ରିକ୍ରିଏଟ କରିବ ରାୟଗଡ ପୋଲିସ । ଉଭୟଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ଡେମୋ କରିବ । ଆବଶ୍ୟକ ହେଲେ ଉଭୟଙ୍କୁ ସାମ୍ନାସାମ୍ନି ବସାଇ ପଚରା ଉଚରା ହେବ ।
{"id":225630,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-19h38m54s936-1778x1000.jpg)
ବ୍ୟାଙ୍କ ପରେ ଛତିଶଗଡ ପୋଲିସ ଅନୁପଙ୍କ ବ୍ରଜରାଜନଗର ସ୍ଥିତ ବଗରାଚକା ବାସଭବନରେ ପହଞ୍ଚି ପଚରା ଉଚରା କରିଥିଲା । ସେହିଭଳି କଳ୍ପନା ଦାଶଙ୍କ ସଂପର୍କୀୟଙ୍କ ଘରେ ଯାଇ ପଚରାଉଚରା କରିଥିଲା ପୋଲିସ । ଏହି ହତ୍ୟାକାଣ୍ଡରେ ଅନୁପ ସାଏ ଓ ଅନ୍ୟମାନଙ୍କ ସଂପୃକ୍ତି ପ୍ରମାଣ କରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି ।
{"id":225631,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-19h38m56s703-1778x1000.jpg)
ପୋଲିସ ଆଜି ଅନୁପଙ୍କ ପୁତୁରାକୁ ମଧ୍ୟ ନୋଟିସ କରିଛି। କାରଣ ଛତିଶଗଡ଼ ପୋଲିସ ତଦନ୍ତ ପାଇଁ ଯେତିକି ସମୟ ନେଲା ଏବଂ ଅନୁପଙ୍କୁ ଗିରଫ କରିବାରେ ଯେତେକି ବିଳମ୍ବ ହେଲା, ଅଭିଯୁକ୍ତଙ୍କୁ ପ୍ରମାଣ ନଷ୍ଟ କରିବାକୁ ସମୟ ମିଳିଲା ବୋଲି ଆଇନଜୀବୀ କହିଛନ୍ତି ।
{"id":225632,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-19h38m58s442-1778x1000.jpg)
ରାୟଗଡ ପୋଲିସ ତଦନ୍ତକୁ ଜୋରଦାର କରିଥିବା ବେଳେ ଅଧିତ ତଥ୍ୟ ପ୍ରମାଣ ଜୁଟାଇବାକୁ ଆଜି ଆଉ କିଛି ସ୍ଥାନରେ ଚଢାଉ କରିପାରେ ବୋଲି ଅନୁମାନ କରାଯାଉଛି ।
{"id":225633,"sizeSlug":"large"}![](https://www.prameyanews7.com/wp-content/uploads/2020/02/vlcsnap-2020-02-17-19h38m59s837-1778x1000.jpg)