ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ଶ୍ରୀମନ୍ଦିରରେ ଦର୍ଶନ ନେଇ ବସିବ ଛତିଶା ନିଯୋଗ ବୈଠକ

Published By : Prameya-News7 Bureau | November 04, 2022 IST

ପୁରୀ ୦୪/୧୧: ଆସନ୍ତା ୧୦ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ବୈଠକରେ ହେବ ଆଲୋଚନା । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନା ଥାଉକି ଦୁଇ ଦିନିଆ ଓଡ଼ିଶା ଗସ୍ତ ଆସିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଷ୍ଟ୍ରପତି ପଦରେ ନିଯୁକ୍ତ ହେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ନିଜ ସ୍କୁଲ ଓ ହଷ୍ଟେଲ ବୁଲିବେ । ନିଜର ପୁରୁଣା ସ୍ମୃତି ସହ ୧୦ ମିନିଟ ବିତାଇବେ । କେବଳ ପୁରୁଣା ଛାତ୍ରୀ ନୁହେଁ ସ୍କୁଲ ଆଲୁମିନି ଭାବେ ସ୍କୁଲ କଥା ବି ବୁଝିବେ । ଯାହାକୁ ନେଇ ସ୍କୁଲରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ସମସ୍ତେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି । ୧୦ ଓ ୧୧ ଦୁଇ ଦିନ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ । ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଅବଢ଼ା ଖାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.