TSPSC ପରୀକ୍ଷାରେ ChatGPT ସାହାଯ୍ୟରେ କରାଯାଇଥିଲା କପି, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ: ତେଲେଙ୍ଗାନା ରାଜ୍ୟ ଲୋକ ସେବା ଆୟୋଗ (ଟିଏସପିଏସସି) ପ୍ରଶ୍ନ ପତ୍ର ଲିକ୍ ମାମଲାରେ ବଡ଼ କଥା ସାମନାକୁ ଆସିଛି । ପରୀକ୍ଷାରେ ଜାଲିଆତି କରିବା ଆଶାୟୀ ପ୍ରାର୍ଥୀ ଚାଟଜିପିଟିର ସାହାରା ନେଇଥିଲେ । ଏଭଳି ଘଟଣା ଦେଶର ପ୍ରଥମ ବୋଲି କୁହାଯାଉଛି ।

ପ୍ରଶ୍ନ ପତ୍ର ଲିକ୍ ମାମଲାର ତଦନ୍ତ କରୁଥିବା ଏସଆଇଟି ଜାଣିବାକୁ ପାଇଛି ଯେ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଉତ୍ତର ପାଇଁ ଲାଟେଷ୍ଟ୍ ଏଆଇ ଟେକ୍ନୋଲଜିର ସାହାଯ୍ୟ ନେଇଥିଲେ । ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ଏବଂ ଡିଭିଜନାଲ ଆକାଉଣ୍ଟାଣ୍ଟ ଅଫିସର (ଡିଏଓ) ପାଇଁ ପରୀକ୍ଷା ଆୟୋଜନ କରାଯାଇଥିଲା । ପ୍ରଶ୍ନ ପତ୍ର ମିଳିବା ପରେ ଅଭିଯୁକ୍ତ ବାହାରେ ବସି ବ୍ଲୁଟୁଥ୍ ଏବଂ ଇୟରବଡ୍ସ ଜରିଆରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ପଠାଇଥିଲା । ୩୫ ବର୍ଷୀୟ ପୁଲା ରମେଶଙ୍କୁ ଗିରଫ କରାଯିବା ପରେ ଏସଆଇଟି ଏହା ଜାଣିବାକୁ ପାଇଥିଲା । ଗିରଫ ପୁଲା ରମେଶ ତେଲେଙ୍ଗାନା ଷ୍ଟେଟ୍ ନର୍ଦନ ପାୱାର ଡିଷ୍ଟ୍ରିବ୍ୟୁସନ କମ୍ପାନି ଲିମିଟେଡରେ ଡିଭିଜନଲ ଇଞ୍ଜିନିୟର ଥିଲେ ।

{"id":795131,"sizeSlug":"full","linkDestination":"none"}

ତଦନ୍ତ ବେଳେ ପୂରା କହାଣୀ ସାମନାକୁ ଆସିଥିଲା । ଅଭିଯୁକ୍ତ ଜଣଙ୍କ ଚାଟଜିପିଟିର ସହଯୋଗରେ କିପରି ପ୍ରଶ୍ନର ଉତ୍ତର ବାହାର କରିଥିଲା ଏବଂ ଆଶାୟୀଙ୍କୁ କହିଥିଲା ତାହା ଅଧିକାରୀଙ୍କୁ ଜଣାଇଥିଲା । ସୂଚନା ଅନୁସାରେ ଜାନୁଆରୀ ୨୨ ଏବଂ ଫେବ୍ରୁଆରୀ ୨୬ରେ ଆୟୋଜିତ ଦୁଇ ପରୀକ୍ଷାରେ ସାତ ଆଶାୟୀଙ୍କୁ ଉତ୍ତର ଲେଖିବାରେ ସାହାଯ୍ୟ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିଲା । ସମସ୍ତ ସାତ ଆଶାୟୀ ବ୍ଲୁଟୁଥ୍ ମାଇକ୍ରୋ ଇୟରପିସର ବ୍ୟବହାର କରିଥିଲେ ।

{"id":795130,"sizeSlug":"full","linkDestination":"none"}

ତଦନ୍ତରୁ ଜଣାପଡିଥିଲା ଯେ ପରୀକ୍ଷା କେନ୍ଦ୍ରର ପ୍ରିନ୍ସିପଲ ପ୍ରଶ୍ନ ପତ୍ରର ଫଟୋ ନେଇଥିଲେ । ଏହା ପରେ ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପରେ ଫଟୋକୁ ଅଭିଯୁକ୍ତ ରମେଶ ପାଖକୁ ପଠାଇ ଦେଇଥିଲେ । ରମେଶ ନିଜ ଅନ୍ୟ ସହଯୋଗୀଙ୍କ ସହ ପରୀକ୍ଷା କେନ୍ଦ୍ର ବାହାରେ ରହିଥିଲା ଏବଂ ସଠିକ୍ ଉତ୍ତର ପାଇଁ ସେ ଚାଟଜିପିଟିର ସହଯୋଗ ନେଇଥିଲା । ତଦନ୍ତରୁ ଜଣାପଡିଛି ଯେ ଏଥିପାଇଁ ପ୍ରତି ଆଶାୟୀଙ୍କଠାରୁ ସେ ୪୦ ଲକ୍ଷ ଟଙ୍କାର ଡିଲ୍ କରିଥିଲା ।

READ ALSO

wp:embed {"url":"https://www.prameyanews7.com/minister-reaction-on-sc-st-student/","type":"wp-embed","providerNameSlug":"prameya-news-7"}
https://www.prameyanews7.com/minister-reaction-on-sc-st-student/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.