scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓପେନ-ଏଆଇ ସିଇଓ ପଦରୁ ସାମ୍ ଅଲ୍‌ଟମ୍ୟାନ୍ ବହିଷ୍କାର; ଭାରତୀୟ ମହିଳାଙ୍କୁ ଅନ୍ତରୀଣ ଦାୟିତ୍ବ

18/11/2023 at 10:13 AM

ନୂଆଦିଲ୍ଲୀ: ଚାଟ୍-ଜିପିଟି ପ୍ରସ୍ତୁତ କରିଥିବା ଓପେନ-ଏଆଇର ସିଇଓ ପଦରୁ ସାମ୍ ଅଲ୍‌ଟମ୍ୟାନ୍ ବହିଷ୍କାର । ଶୁକ୍ରବାର ବିଳମ୍ବିତ ରାତିରେ କମ୍ପାନୀ ପକ୍ଷରୁ ତାଙ୍କୁ ବାହାର କରାଯାଉଛି । ସେ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ ଥିଲେ । ତାଙ୍କ ସ୍ଥାନରେ ଜଣେ ଭାରତୀୟ ମହିଳାଙ୍କୁ ଦାୟିତ୍ବ ମିଳିଛି । ଓପେନ-ଏଆଇର ଚିଫ୍ ଟେକ୍ନୋଲୋଜି ଅଫିସର ମୀରା ମୁର୍ତ୍ତିଙ୍କୁ ଅନ୍ତରୀଣ ସିଇଓ ଦାୟିତ୍ବ ଦିଆଯାଇଛି । ଏହି ସମୟ ଭିତରେ କମ୍ପାନୀ ଜଣେ ସ୍ଥାୟୀ ସିଇଓ ନିଯୁକ୍ତି ଦେବ । ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି କର୍ମଚାରୀ । ଏଥିରୁ କମ୍ପାନୀରେ ବଡ଼ ଫେରବଦଳ ହେବାକୁ ଯାଉଛି ବୋଲି କୁହାଯାଉଛି ।

ଓପେନ୍-ଏଆଇ ନିଜ ବ୍ଲଗରେ ଲେଖିଛି, ସାମ୍ ଅଲଟମ୍ୟାନଙ୍କୁ ସିଇଓ ପଦରୁ ହଟାଇବା ନିଷ୍ପତ୍ତି କମ୍ପାନୀ ମ୍ୟାନେଜିଂ ବୋର୍ଡର । ବୋର୍ଡ ବହୁ ବିଚାର ବିମର୍ଷ କରିବା ପରେ ତାଙ୍କ ବହିଷ୍କାର କରିଛି ।  ରିଭ୍ୟୁ ମିଟିଂରେ ବୋର୍ଡ ସଦସ୍ୟ ଏହି ନିଷ୍କର୍ସରେ ପହଞ୍ଚିଥିଲେ ଯେ ସାମ୍ ଅଲଟମ୍ୟାନଙ୍କ କମ୍ୟୁନିକେସନ ସ୍ପଷ୍ଟ ନଥିଲା । ଯେଉଁଥି ପାଇଁ ବୋର୍ଡ ନିଜ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହେଉଥିଲା । ବୋର୍ଡ ଅଲଟମ୍ୟାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ଭରସା କରିପାରୁନଥିଲା । ସେଥିପାଇଁ ତାଙ୍କୁ ସିଇଓ ପଦରୁ ହଟାଇ ଦିଆଯାଇଛି । ଓପେନ-ଏଆଇ ଗତ ବର୍ଷ ନଭେମ୍ବର ମାସରେ  ଚାଟ୍-ଜିପିଟି ଚାଟବୋଟ୍ କୁ ଜାରି କରିଥିଲା । ଏହା ବିଶ୍ବର ସବୁଠାରୁ ଦ୍ରୁତଗତି ବଢ଼ୁଥିବା ସଫ୍ଟଓ୍ବେୟାର ଆପ୍ଲିକେସନ ହେବାରେ ନାଁ କରିଛି ।

ଓପେନ-ଏଆଇ ସିଇଓ ପଦରୁ ହଟିବା ପରେ ସାମ୍ ଅଲଟମ୍ୟାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି, ଓପେନ-ଏଆଇରେ ମୋର ପସନ୍ଦ ପ୍ଲାଟଫର୍ମ । ଏଥିରେ ସିଇଓ ଥିବା ସମୟରେ ତାଙ୍କ ସେ ଉପଭୋଗ କରିଥିଲା ଲେଖିଛନ୍ତି ।  

   Related Posts