ଅସୁରକ୍ଷିତ ଚାଟେଶ୍ୱର ମନ୍ଦିର: ଗର୍ଭଗୃହରେ ଫାଟ, ଯିବାକୁ ଉଚିତ ମନେ କରୁନାହାଁନ୍ତି ଶ୍ରଦ୍ଧାଳୁ

Published By : Prameya-News7 Bureau | June 27, 2022 IST

ସାଲେପୁର ୨୭/୦୬: କଟକ ଜିଲ୍ଲା ସାଲେପୁର ବ୍ଳକ କିସିନାପୁର ପୁରାଣ ପ୍ରସିଦ୍ଧ ଚାଟେଶ୍ୱର ମନ୍ଦିର ଏବେ ଅସୁରକ୍ଷିତ । କେଉଁଠି କାନ୍ଥ ପାଟିଆଁ କଲାଣି ତ ଆଉ କେଉଁଠି ସିମେଣ୍ଟ ଛାଡି ଗଲାଣି ଆଉ କେଉଁଠି ପଥର ଖସି କାନ୍ଥରେ ଗର୍ତ୍ତ ସୃଷ୍ଟି ହେଲାଣି । ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ପୂଜକ, ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି ।

ପୁରାଣ ପ୍ରସିଦ୍ଧ ମନ୍ଦିରର ସୁରକ୍ଷା ପାଇଁ ଏବେ ପ୍ରଶାସନକୁ ନିବେଦନ କରିଛନ୍ତି ପୂଜକ ଓ ଜନସାଧାରଣ । ଏବେ ଏହି ପୁରାଣପ୍ରସିଦ୍ଧ ସର୍ବ ପୁରାତନ ମନ୍ଦିରର ସୁରକ୍ଷା ନିହାତି ଆବଶ୍ୟକ ବୋଲି କହିଛନ୍ତି ଅଞ୍ଚଳ ବାସୀ ।

ଏଣ୍ଡାମେଣ୍ଟ କମିଶନ ଦ୍ୱାରା ପରିଚାଳିତ ହେଉଛି ମନ୍ଦିର ହେଲେ ମନ୍ଦିର ଏବେ ଅସୁରକ୍ଷିତ ହୋଇପଡିଛି। ମନ୍ଦିରକୁ ଦର୍ଶନ କରିବାକୁ ଗଲେ ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ମନ୍ଦିରର ସୁରକ୍ଷାକୁନେଇ ଆଗକୁ କଣ ପଦକ୍ଷେପ ଗ୍ରହଣ କରିଛି ତାକୁ ହିଁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.