ଦୁଇ ମହଲା ଛାତରୁ ଡେଇଁ ପଡିଲେ ଫାୟାର ମ୍ୟାନ, ଆତ୍ମହତ୍ୟା କାରଣ ଅସ୍ପଷ୍ଟ

Published By : Prameya-News7 Bureau | September 13, 2022 IST

ଢେଙ୍କାନାଳ ୧୩/୦୯: ଦୁଇ ମହଲା ଛାତରୁ ଡେଇଁ ପଡିଲେ ଫାୟାର ମ୍ୟାନ । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଦମକଳ କେନ୍ଦ୍ରରେ ଘଟିଛି ଏପରି ଅଭାନୀୟ ଘଟଣା । ମୃତକ ହେଲେ ଗଁନ୍ଦିଆ ଦମକଳ କେନ୍ଦ୍ରର ଫାୟାର ମ୍ୟାନ ଜୟନ୍ତ ଧରୁଆ ।

ଜୟନ୍ତଙ୍କ ଘର ବଲାଂଗିରି ଜିଲ୍ଲା ଲରମ୍ଭା ଗ୍ରାମରେ । ସେ ବଲାଙ୍ଗୀର ପଟଣାଗଡ଼ର ରାମପୁର ତାଙ୍କ ଶ୍ୱଶୁର ଘରେ ରହୁଥିଲେ । ତେବେ ଗତ ଦେଢ଼ ବର୍ଷ ପୂର୍ବେ ରେଙ୍ଗାଲ ରୁ ବଦଳି ହୋଇ ଗଁନ୍ଦିଆରେ କାର୍ଯ୍ୟରତ ଥିଲେ । ତେବେ ଆତ୍ମହତ୍ୟାର ସଠିକ କାରଣ ଜଣାପଡିନାହିଁ ।

ସୂଚନା ଥାଉକି, ସେ ନୂଆଖାଇରେ ଘରକୁ ଛୁଟିରେ ଆସିଥିଲେ । ଏହାପରେ ଗତ ୪ତାରିଖରେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିଲେ । ହେଲେ ଗତକାଲି ରାତି ପ୍ରାୟ ୯ଟା ସମୟରେ ସେ ଅନ୍ୟ କର୍ମଚାରୀମାନଙ୍କ ସହ କ୍ୟାରମ ଖେଳୁଥିଲେ । ମାତ୍ର ସେଠାରୁ ଉଠି ପଳାଇ ଯିବାର କିଛି ସମୟ ପରେ ତାଙ୍କର ଚିତ୍କାର ଶୁଣି କର୍ମଚାରୀ ମାନେ ଦୌଡିଥିଲେ ଫଛରେ । ତେବେ ସେ ତଳେ ପଡିଥିବା ଦେଖି ଗୁରୁତର ଅବସ୍ଥାରେ ପ୍ରଥମେ ଗଁନ୍ଦିଆ ଡାକ୍ତରଖାନା ଓ ପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତି କରିଥିଲେ । କିନ୍ତୁ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା ।

ତେବେ କିପରି ତାଙ୍କର ମୃତ୍ୟୁ ଘଟିଲା କାହିଁକି ଆତ୍ମହତ୍ୟା କଲେ ଜଣା ନଥିବା କହିଛନ୍ତି ଗଁନ୍ଦିଆ ଦମକଳ କେନ୍ଦ୍ରର ଷ୍ଟେସନ ଅଫିସର । ଏପଟେ ଜୟନ୍ତଙ୍କ ମୃତଦେହକୁ ବ୍ୟବଛେଦ କରି ଗଁନ୍ଦିଆ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଜୟନ୍ତଙ୍କ ପରିବାର ପକ୍ଷରୁ ତାଙ୍କର ବାପା ଓ ସମ୍ପର୍କୀୟ ଆସି ପହଂଚିଥିଲେ ମଧ୍ୟ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଛନ୍ତି । ଯାହା ଅନୁମାନ କରାଯଉଛି ଜୟନ୍ତ ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.