ସ୍ତ୍ରୀ ଥାଇ ମନ୍ଦିରରେ କରୁଥିଲେ ଦ୍ୱିତୀୟ ବିବାହ, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ସ୍ୱାମୀ ଅଟକ

Published By : Prameya-News7 Bureau | October 04, 2021 IST

ଭୁବନେଶ୍ୱର ୦୪/୧୦:  ଘରୋଇ କଳିରୁ  ମହିଳାଙ୍କୁ ସ୍ୱାମୀ ଦେଉଥିଲେ ନିର୍ଯାତନା । ମହିଳାଙ୍କ ଅଭିଯୋଗ ପରେ ବାଲେଶ୍ବର ଜିଲ୍ଲା ସୋର ରେଲୱେ ଷ୍ଟେସନରୁ ଜଣେ ଯୁବକଙ୍କୁ ଉଠାଇନେଲା ସିମୁଳିଆ ପୋଲିସ । ଯୁବକ ଜଣକ ହେଉଛନ୍ତି ବାଲିହାନ୍ତି ଗାଁର ସଞ୍ଜୟ ସାମଲ l ସେ ଜଣେ ଚାର୍ଟlଡ଼ ଆକାଉଣ୍ଟାଣ୍ଟ୍ ବୋଲି ଜଣାପଡିଛି ।

ସୂଚନାନୁସାରେ, ସଞ୍ଜୟ ଏବେ ଏକ ଘରୋଇ କମ୍ପାନୀରେ ଚଟାର୍ଡ଼ ଆକାଉଣ୍ଟାଣ୍ଟ୍ ଭାବେ କାର୍ଯ୍ୟ କରୁଛନ୍ତି । ସେ ୧୧ ପୂର୍ବରୁ ବିବାହ କରିଥିଲେ । ପରେ ଘରୋଇ କଳି ଲାଗିରହିବାରୁ ସେ ପତ୍ନୀଙ୍କୁ  ନିର୍ଯାତନା ଦେବା ସହିତ ଯୌତୁକ ପାଇଁ ବାରମ୍ବାର ଦାବି କରୁଥିବା ଅଭିଯୋଗ ହୋଇଛି । ନିର୍ଯାତନା ଅସହ୍ୟ ହେବାରୁ ମହିଳା  ତାଙ୍କର ବାପ ଘରକୁ ପଳାଇଆସିଥିଲେ । ଏବେ ତାଙ୍କର ଗୋଟିଏ ୯ ବର୍ଷର ଝିଅଟିଏ ରହିଛି । ମହିଳାଜଣଙ୍କ  ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ସଞ୍ଜୟ ଅନ୍ୟ ଏକ ଯୁବତୀଙ୍କୁ ସୋରର ଏକ ମନ୍ଦିରରେ ବିବାହ କରୁଥିବା ନେଇ ସେ ଖବର ପାଇଥିଲେ । ଏହି ବାବଦରେ ସେ ସିମୁଳିଆ ପୋଲିସ ପାଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ  ସିମୁଳିଆ ପୋଲିସ ମନ୍ଦିରକୁ ଆସିବା ବେଳକୁ ସଞ୍ଜୟ ସାମଲ ସୋର ରେଳ ଷ୍ଟେସନକୁ ପଳାଇ ଆସିଥିଲେ l ରେଳବାଇ ପୋଲିସଙ୍କ ସହାୟତାରେ ସଞ୍ଜୟଙ୍କୁ ସିମୁଳିଆ ଥାନାକୁ ଅଣାଯାଇଥିଲା ।

ଏବେ ସେମାନଙ୍କର ବାଲେଶ୍ବର ଫ୍ୟାମିଲି କୋର୍ଟରେ ମାମଲା ବିଚରାଧୀନ ରହିଛି l କିନ୍ତୁ ସେମାଙ୍କର ଛାଡ ପତ୍ର ହୋଇନାହିଁ ।   ଅନ୍ୟପଟେ ଯୁବକଜଣକୁ ଏନେଇ ପଚାରିବାରୁ ମହିଳା ଜଣଙ୍କ ତାଙ୍କୁ ଅନେକ ନିର୍ଯ୍ୟାତନା ଦେବାକଥା କହିବା ସହିତ ତାଙ୍କ ବାପାଙ୍କ ଠାରୁ ଅଲଗା ରହିବା ପାଇଁ କହୁଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.