ଦୀପାଳି ଦାସଙ୍କ ସମର୍ଥନରେ ଆସିଲେ ନବ ଦାସଙ୍କ ବୋହୂ ଚାରଭି ଦାସ, କହିଲେ- ନବ ଦାସଙ୍କ ବହୁତ ଗୁଡ଼ିଏ ସ୍ବପ୍ନ ଦେଖିଛନ୍ତି
11/03/2023 at 3:03 PM

ଝାରସୁଗୁଡ଼ା ୧୧।୦୩ : ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ସମର୍ଥନରେ ଲୋକଙ୍କ ପାଖକୁ ଆସିଲେ ତାଙ୍କ ବୋହୂ ଚାରଭି ଦାସ l ବିଜେଡି ପକ୍ଷରୁ ଝାରସୁଗୁଡ଼ା ଲଇକେରାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ସଭାରେ ଦୀପାଳି ଦାସଙ୍କ ସହ ଯୋଗ ଦେଇଥିଲେ ନବ ଦାସଙ୍କ ବୋହୂ ଚାରଭି ଦାସ l
ସଭାରେ ଚାରଭି କହିଛନ୍ତି ଯେ, ନବ ଦାସଙ୍କ ପରି ଦୀପାଳିଙ୍କ ମଧ୍ୟ ପ୍ରଗତିଶୀଳ ଚିନ୍ତାଧାରା ରହିଛି l ନବ ଦାସଙ୍କ ବହୁତ ଗୁଡ଼ିଏ ସ୍ବପ୍ନ ମଧ୍ୟରୁ ଦୀପାଳି ଝାରସୁଗୁଡ଼ା ଜିତନ୍ତୁ ଏବଂ ଝାରସୁଗୁଡ଼ା ବାସୀଙ୍କ ସେବା କରନ୍ତୁ ତାହା ଏକ ସ୍ବପ୍ନ ଥିଲା l ଆମେ ତାଙ୍କ ସ୍ବପ୍ନ ପୁରଣ କରିବାକୁ ଚାହୁଁଛୁ ବୋଲି ନବ ଦାସଙ୍କ ବୋହୂ ଚାରଭି ଦାସ କହିଛନ୍ତି l
ଅନ୍ୟପଟେ ଦୀପାଳି ଦାସ କହିଛନ୍ତି ସ୍ବର୍ଗତ ନବ ଦାସଙ୍କ ପ୍ରତି ଲୋକଙ୍କ ସବୁବେଳେ ଆଶୀର୍ବାଦ ଅଛି। ଆମ ପରିବାର ରୁ ଯିଏ ଆଗକୁ ଆସିବ ତାକୁ ଲୋକେ ଆଶୀର୍ବାଦ ଦେବେ ।