ଅଭିନେତ୍ରୀ ଲୁଚାଇଥିଲେ ନିଜର ପ୍ରଥମ ବିବାହ ! ଜାଣିବା ପରେ ରାଜୀବ୍‌ଙ୍କୁ ଝଟକା, ଏବେ ଛାଡପତ୍ର ଚାହୁଁଛନ୍ତି ଚାରୁ

Published By : Prameya-News7 Bureau | June 30, 2022 IST

ମୁମ୍ବାଇ ୩୦।୯: ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚା । ଦୁହିଁଙ୍କ ମତଭେଦର ଖବର ଦୀର୍ଘ ଦିନ ଧରି ଆଲୋଚନା ହେଉଛି। ନିକଟରେ ଛାଡପତ୍ର ହେବାର ଖବର ମଧ୍ୟ ଶୁଣିବାକୁ ମିଳିଥିଲା। ହେଲେ ଏନେଇ ଚାରୁ ଅସୋପା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ରାଜୀବଙ୍କୁ ଅନେକ ସୁଯୋଗ ଦେଇଛନ୍ତି, ଏବେ ସେ ଛାଡପତ୍ର ଚାହୁଁଛନ୍ତି। ପାରସ୍ପରିକ ସହମତି ଅନୁଯାୟୀ ଚାହୁଁଥିବାବେଳେ ରାଜୀବ ସେନ୍ କହିଛନ୍ତି ଯେ ଚାରୁ ତାଙ୍କ ପ୍ରଥମ ବିବାହ ବିଷୟରେ ଲୁଚାଇ ରଖିଥିଲେ।

ବର୍ତ୍ତମାନ ଏକ ସାକ୍ଷାତକାରରେ ଚାରୁ କହିଛନ୍ତି, ଆଉ ବିବାହ ଭଳି କିଛି ଅନୁଭବ ହେଉ ନାହିଁ। ସମସ୍ତେ ଜାଣନ୍ତି ଯେ ଆମେ ବିବାହ କରିବା ପରଠାରୁ ଗତ ତିନିବର୍ଷ ଧରି ଆମ ଭିତରେ ସମସ୍ୟା ଚାଲିଛି। କିନ୍ତୁ ମୁଁ ଆଉ ଏକ ସୁଯୋଗ ଦେଲି । କିନ୍ତୁ ଯେତେବେଳେ ତାଙ୍କୁ ଏତେ ସୁଯୋଗ ଦେଇ ତିନି ବର୍ଷ ବିତିଗଲା, ମୁଁ ଆଉ ଚାହୁଁ ନାହିଁ। ଚାରୁ ଆହୁରି କହିଛନ୍ତି ଯେ ତାଙ୍କର ବିଶ୍ୱାସର ଅଭାବ ଅଛି ଏବଂ ଆଉ ସହି ପାରିବି ନାହିଁ । କାହିଁକି ନା ଆମ ଭିତରେ କିଛି ସଂପର୍କ ନାହିଁ କିଛି ନାହିଁ । ମୁଁ ପାରସ୍ପରିକ ସମ୍ମତି ସହିତ ଅଲଗା ହେବାକୁ ଚାହେଁ କାରଣ ମୋ ଝିଅ ଏପରି ପରିବେଶରେ ନବଢୁ ।

ଅନ୍ୟପଟେ ରାଜୀବ କୁହନ୍ତି, କି ଏ ବିଷୟରେ କେହି ଜାଣି ନ ଥିଲେ। ଚାରୁଙ୍କ ପ୍ରଥମ ବିବାହ ବିଷୟରେ ତାଙ୍କ ଘର ଲୋକ ବ୍ୟତୀତ ଅନ୍ୟ କେହି ଜାଣି ନଥିଲେ। ବିବାହର ତିନି ବର୍ଷ ହୋଇଗଲାଣି ଏବଂ ମୁଁ ଜାଣି ନଥିଲି । ହଁ ମୁଁ ଭାବୁଛି ଏହା ତାଙ୍କର ଅତୀତ ଥିଲା । କିନ୍ତୁ ଏ ବିଷୟରେ ସେ ମୋତେ କହିପାରି ଥାଆନ୍ତେ। ମୁଁ ଏହାକୁ ସମ୍ମାନର ସହ ଗ୍ରହଣ କରିଥା’ନ୍ତି ।ରାଜୀବ ଏହା ମଧ୍ୟ କହିଛନ୍ତି ଯେ ଆଜିର ଦୁନିଆରେ ଅନ୍ଧ ଭାବରେ କାହାକୁ ବିଶ୍ୱାସ କରିବା ମୂର୍ଖାମୀ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.