scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ୟାପକ ହେଲା ଶ୍ରୀମନ୍ଦିର ଦାନ ବ୍ୟବସ୍ଥା, ଏଣିକି ଜିଡିଟାଲ୍‌ରେ ଦାନ କରିପାରିବେ ଶ୍ରଦ୍ଧାଳୁ

7/07/2023 at 12:01 PM

Digital payment

ପୁରୀ ୦୭/୦୭: ସାରା ବିଶ୍ୱରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଭକ୍ତ ରହିଛନ୍ତି । ଅନେକ ଭକ୍ତ ବିଭିନ୍ନ କାରଣରୁ ଶ୍ରୀମନ୍ଦିର ଆସିପାରିନଥାନ୍ତି । ଫଳରେ ସେମାନେ ଠାକୁରଙ୍କ ନିକଟରେ ଦାନ ଦେବାକୁ ଚାହିଁଲେ ବି ଦେଇପାରନ୍ତିନି । ଭକ୍ତମାନେ କିପରି ସରଳ ଓ ସହଜ ଉପାୟରେ ଶ୍ରୀମନ୍ଦିରକୁ ଦାନ ଦେଇପାରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡିଜିଟାଲ ଦାନର ବ୍ୟବସ୍ଥା କରାଯାଇଛି ।

ଫଳରେ ଭକ୍ତମାନେ ଶ୍ରୀମନ୍ଦିର ବାହାରେ ବାଟ ଘାଟ, ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ୍‌, ଅତିଥିଶାଳା ଓ ହେଟେଲ୍‌ରେ ବି ମହାପ୍ରଭୁଙ୍କ ପାଇଁ ଦାନ କରି ପାରିବେ । ସେଥିପାଇଁ ବିଭିନ୍ନ ସ୍ଥାନରେ କ୍ୟୁଆର୍‌ ସ୍କାନ୍‌ର ଲଗାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଦାନ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବାକୁ ଏଭଳି ଏକ ପଦକ୍ଷେପ ନେଇଛି । ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଯେପରି ଆଉ ପୁରୀରେ ସୀମିତ ହୋଇ ରହିନାହିଁ ।

ଦେଶର ବିଭିନ୍ନ ସ୍ଥାନ ସହ ବିଶ୍ୱର ଅନେକ ଦେଶରେ ମଧ୍ୟ ଅନୁଷ୍ଠିତ ହେଉଛି । ମନ୍ଦିର କିଭଳି ଆୟ ବୃଦ୍ଧି ହେବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇ ଉଠିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କେତେକ ପଦକ୍ଷେପ ନେଇଛନ୍ତି । ଗତ ଜୁନ୍‌ ୧୨ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିରର ଆୟ ବୃଦ୍ଧି କରିବା ଲାଗି ଗୁରୁତ୍ୱ ଦିଆଯାଇଥିଲା ।

ସେସବୁକୁ କିପରି କାର୍ଯ୍ୟକାରୀ କରାଯିବ ସେଥିଲାଗି ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିବା ସମ୍ପର୍କରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ବୈଠକ ଶେଷରେ ଗଣାମାଧ୍ୟମକୁ ସୂଚନା ଦେଇଥିଲେ । ଶ୍ରୀମନ୍ଦିରର ଆୟ ମୁଖ୍ୟତଃ ଖଣି, ହୁଣ୍ଡି, ଜମି ଅଧିଗ୍ରହଣ ଜନିତ କ୍ଷତିପୂରଣ, କର୍ପସ ପାଣ୍ଠିର ସୁଧ, ସରକାରୀ ଅନୁଦାନ, ଭକ୍ତନିବାସ ଓ ଅନ୍ୟାନ୍ୟ ସୂତ୍ରରୁ ହୋଇଥାଏ ।

ଖଣି ଓ ବିଭିନ୍ନ ପ୍ରକଳ୍ପ ବାବଦରେ ଶ୍ରୀମନ୍ଦିର ଜମି ଅଧିଗ୍ରହଣରୁ ମିଳୁଥିବା ରାଜସ୍ୱକୁ ବୃଦ୍ଧି କରାଯିବା ସହିତ ହୁଣ୍ଡି ଆୟକୁ ବଢ଼ାଇବା ଲାଗି ପରିଚାଳନା କମିଟି ନିଷ୍ପତ୍ତି ନେଇଥିବା ଜଣାପଡିଥିଲା । ତେଣୁ ଦାନ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି କ୍ରମରେ ମନ୍ଦିର ଭିତରେ ଏବଂ ବାହାରେ ଅଧିକ ସଂଖ୍ୟକ ଦାନବାକ୍ସ ଲଗାଯିବାକୁ ନିଷ୍ପତ୍ତି ହୋଇଥିଲା ।

ସମ୍ପ୍ରତି ଅନ୍‌ଲାଇନ୍‌ ଯୁଗରେ ସହଜରେ କିପରି ଜଣେ ଭକ୍ତ ଦାନ ପୈଠ କରିପାରିବ ସେଥିପାଇଁ ପେଟିମ୍‌ ସହିତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୁଝାମଣା ହୋଇଛି । ଏବେ ପୁରୀ ସହରର ଅନେକ ସ୍ଥାନରେ ପେଟିଏମ୍‌ ପକ୍ଷରୁ ସ୍କାନର ଲଗାଯାଇଛି । ଜଣେ ଭକ୍ତ ଚାହିଁଲେ ଏହାକୁ ତାଙ୍କ ମୋବାଇଲ୍‌ ଫୋନ୍‌ରେ ସ୍କାନ କରି ତୁରନ୍ତ ଶ୍ରୀମନ୍ଦିର ପାଣ୍ଠିକୁ ଦାନ କରିପାରିବେ ।

ସିଂହଦ୍ୱାର ପ୍ରବେଶ ପଥ ବ୍ୟତୀତ ବିଭିନ୍ନ ସ୍ଥାନରେ ଦାନ ସଂଗ୍ରହ ଲାଗି ଏହି ସ୍କାନର ଲାଗିଛି । ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ଏସବୁ ସ୍କାନ୍‌ର ଲଗାଇବାର ଦାୟିତ୍ୱ ନେଇଛି ପେଟିଏମ୍‌ । ଶ୍ରୀମନ୍ଦିର ପ୍ରଶାସନର ଅଧୀନରେ ଥିବା ଭକ୍ତନିବାସଗୁଡ଼ିକରେ ମଧ୍ୟ ଏହି ସ୍କାନର ଲଗାଯାଇଛି । ସେହିପରି ଶ୍ରୀମନ୍ଦିରର ବ୍ୟାଙ୍କ ଜମାଖାତା ଥିବା ଘରୋଇ ବ୍ୟାଙ୍କ ମଧ୍ୟ ଭକ୍ତ ନିବାସରେ ସ୍କାନ୍‌ର୍‌ ଲଗାଇଥିବା ଦେଖାଯାଇଛି ।

you can also read…

   Related Posts