ଶାବର ଶ୍ରୀକ୍ଷେତ୍ର ଠାରେ ରଥକାଠ ଅନୁକୂଳ, ୫୦ବର୍ଷ ପୂରଣ ଅବସରରେ ଧୁମ୍ ଧାମରେ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି

Published By : Prameya-News7 Bureau | May 03, 2022 IST

କୋରାପୁଟ, ୦୩/୦୫: ଶାବର ଶ୍ରୀକ୍ଷେତ୍ର ଏବେ ଉତ୍ସବ ମୁଖର ହୋଇଉଠିଛି । ଚଳିତ ବର୍ଷ ମନ୍ଦିର ପ୍ରତିଷ୍ଠାର ୫୦ବର୍ଷ ପୂରଣ ଅବସରରେ ଧୁମ୍ ଧାମରେ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ କଟକଣା କୋହଳ ହୋଇଥିବା ଯୋଗୁଁ ଭକ୍ତ ମଧ୍ୟ ବେଶ୍ ଆନନ୍ଦିତ । ଦିର୍ଘ ଦୁଇ ବର୍ଷ ପରେ ପୁଣିଥରେ ଭକ୍ତ ଓ ଠାକୁରଙ୍କ ମିଳନକୁ ଚାହିଁ ବସିଛନ୍ତି ଜଗନ୍ନାଥ ପ୍ରେମୀ।

ତେବେ ଆଜି ଅକ୍ଷୟ ତୃତୀୟା ଅବସରରେ ଶାବର ଶ୍ରୀକ୍ଷେତ୍ର ଠାରେ ରଥକାଠ ଅନୁକୂଳ କରାଯାଇଛି। ମନ୍ଦିର ପରିସରରେ ଥିବା ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ରିତୀକାନ୍ତି ଅନୁସାରେ ରଥକାଠ ଅନୁକୂଳ କରାଯାଇଛି। ଶାବର ଶ୍ରୀକ୍ଷେତ୍ର ରଥଯାତ୍ରା ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲା ସହ ବାହାରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଉଥିବା ବେଳେ କିଭଳି ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ସେ ନେଇ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନ ସହ ଅତି ଶୀଘ୍ର ବୈଠକ ଅନୁଷ୍ଠିତ ହେବା ନେଇ କହିଛନ୍ତି ଶାବର ଶ୍ରୀକ୍ଷେତ୍ର ସମ୍ପାଦକ ଜଗବନ୍ଧୁ ସାମଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.