ଦିଲ୍ଲୀରେ ଗଡ଼ିବ ରୁକୁଣା ରଥ: ଦେଶ ଦେଖିବ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ

Published By : Prameya-News7 Bureau | January 22, 2020 IST

ନୂଆଦିଲ୍ଲୀ୨୨/୧: ଏଥର ସାଧାରଣତନ୍ତ୍ର ଦିବସରେ ଦିଲ୍ଳୀରେ ଝଟକିବ ଓଡ଼ିଶା ପ୍ରଜ୍ଞାପନ ମେଢ଼। ଦିଲ୍ଲୀ ଦାଣ୍ଡରେ ଗଡ଼ିବ ରୁକୁଣା ରଥ । ଏଥି ସହ ରାଜ୍ୟର କଳା, ସଂସ୍କୃତି, ପରମ୍ପରା ଦେଖିବ ସାରା ଦେଶ । ୨ ବର୍ଷ ପରେ ଦିଲ୍ଲୀ ପରେଡରେ ସ୍ଥାନ ପାଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ସବୁ ରାଜ୍ୟର ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ପୁରସ୍କାର ଜିତିଛି । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜରାସ୍ତାରେ ଗଡ଼ିବ ରୁକୁଣା ରଥ।

{"id":214724,"sizeSlug":"large"}

ଦୁଇ ବର୍ଷ ପରେ ଦିଲ୍ଲୀରେ ଗଡିବ ଓଡି଼ଶା ପ୍ରଜ୍ଞାପନ ମେଢ଼ । ରାଜଧାନୀ ରାଜପଥରେ ପ୍ରଦର୍ଶିତ ହେବ ଲିଙ୍ଗରାଜ ମନ୍ଦିର ସହ ରୁକୁଣା ରଥ ।ଦେଶ ଦେଖିବ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ । ଯାହାକୁ ଡିଜାଇନ କରିଛନ୍ତି ଓଡିଶା ଲଳିତ କଳା ଏକେଡେମିର ସଂପାଦକ ଗଜେନ୍ଦ୍ର ପ୍ରସାଦ ସାହୁ।

{"id":214725,"sizeSlug":"large"}

୨୦୧୭ରେ ଶେଷ ଥର ପାଇଁ ଓଡିଆ ପର୍ବ ଦୋଳ ମେଲଣ ସାମିଲ ହୋଇଥିଲା । ଏଥର ସାଧାରଣତନ୍ତ୍ର ଦିବସରେ ଓଡିଶାର ସମ୍ମାନ ଓ ସ୍ବାଭିମାନର ପ୍ରତୀକକୁ ଦେଖିବ ସାରାଦେଶ। ଏଥିପାଇଁ ସବୁ ପସ୍ତୁତି ଶେଷ ହୋଇଛି । ଗୁରୁବାର ସକାଳେ ହେବ ଫାଇନାଲ ରିହରସାଲ। ଆଜି ମିଡିଆ ପାଇଁ ଦୀଲ୍ଲୀ କ୍ୟାଣ୍ଟରେ ଏହି ପ୍ରଜ୍ଞାପନ ମେଢ଼କୁ ପ୍ରଦର୍ଶିତ କରାଯାଇଥିଲା।

{"id":214726,"sizeSlug":"large"}

ଓଡ଼ିଶା ପ୍ରଜ୍ଞାପନ ମେଢକୁ ୩ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗ ରୁକଣା ରଥ।  ଏଥିରେ ଘଣ୍ଟଘଣ୍ଟା, ମର୍ଦ୍ଦଳ ସହ ଶ୍ଲୋକ ପରିବେଷଣ କରାଯିବ। ମଧ୍ୟ ଭାଗରେ ଶିବଙ୍କ ବାହାନ ନନ୍ଦୀଙ୍କୁ ରଖାଯାଇଛି। ଶେଷ ଭାଗରେ ଲିଙ୍ଗରାଜ ମନ୍ଦିର ଯଜ୍ଞଶାଳା, ନାଟ୍ୟ ମଣ୍ଡପ, ଭୋଗ ମଣ୍ଡପ ଏବଂ ଗର୍ଭଗୃହକୁ ପ୍ରଦର୍ଶିତ କରାଯାଇଛି। ଦୁଇ ପାର୍ଶ୍ବରେ ୨୦ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ।

{"id":214727,"sizeSlug":"large"}

ମଙ୍ଗଳବାର ସବୁ ରାଜ୍ୟର ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ହୋଇଥିଲା ପ୍ରତିଯୋଗିତା। ଯେଉଁଥିରେ ଓଡିଶା ପ୍ରଥମ ପୁରସ୍କାର ଜିତିଛି । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ୧୬ଟି ରାଜ୍ୟ ସହ ୫ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.