LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଡଦାଣ୍ଡରେ ତିନି ରଥର ଦଣ୍ଡା ଫ୍ରେମ୍‌ ପ୍ରସ୍ତୁତ, ଫିଟିଙ୍ଗ ପାଇଁ ଚାଲିଛି କଳସା

26/05/2023 at 9:57 AM

ପୁରୀ ୨୬।୫: ଚାଲିଛି ରଥ ନିର୍ମାଣ । ବଡଦାଣ୍ଡରେ ତିନି ରଥର ଦଣ୍ଡା ଫ୍ରେମ୍‌ ପ୍ରସ୍ତୁତ ପରେ ଗୁରୁବାର ନମ୍ବରିଂ କରାଯାଇ ଖୋଲାଗଲା । ସମସ୍ତ ଅଂଶ ମାପଚୁପ ହୋଇ ଦାଗ ଦିଆଯିବା ପରେ ବର୍ତ୍ତମାନ କଳସା ଚାଲିଛି । ଗୁଜଗୁଡ଼ିକ ଦଣ୍ଡାରେ ଠିକ୍‌ରେ ଫିଟିଙ୍ଗ ପାଇଁ କଳସା ଚାଲିଛି । ଅର୍ଥାତ୍‌ ଅସମାନ ଅଂଶକୁ କାଟି ସାଇଜ୍‌ କରିବାରେ ଲାଗିଛନ୍ତି ତିନି ରଥର ବିଶ୍ୱକର୍ମା । କଳସା ପରେ ନିରାଡ଼ିକୁ ଗୁଜ ପୁରା ଫିଟିଙ୍ଗ ହୋଇ ସଂଯୁକ୍ତ ହେବ ।

ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ୍ ପବନ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ରଥ ଖଳାରେ ପ୍ରାୟ ଏକ ଘଣ୍ଟା ଧରି ନାଳ ଓ ବର୍ଷା ପାଣି ଲହଡି ମାରିଥିଲା । ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ୪୫ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ରଥ ଖଳା ପରିଭ୍ରମଣ କରି ନିର୍ମାଣକାରୀଙ୍କ ସଙ୍ଗେ ଆଲୋଚନା କରିଥିଲେ । ଚାରି ନାହାକା ହଣା ସରିଛି । ରଥ ଚାଳିରେ ଗୟଳ ହଣା ଚାଲିଛି । ଭୋଇ ସେବକମାନେ ଚାଳିକୁ ପୋଟଳପାରେଣୀ କାଠ ଯୋଗାଇଛନ୍ତି । ଏହାର ନିର୍ମାଣ ପାଇଁ ସୂତା ବାଡ଼ିଆ ହୋଇଛି । ଏହା ହେଉଛି ରଥ ଉପରିଭାଗର କାର୍ଯ୍ୟ । ସ୍ନାନପୂର୍ଣ୍ଣିମାକୁ ଚାହିଁ ରଥ ନିର୍ମାଣ କାର୍ଯ୍ୟ ଚାଲିଛି ।

ଚାଳିରେ ରୁପକାର ସେବକମାନେ ସମସ୍ତ ସାଲ ଗୁଜ ଓ ତୀଖ ଗୁଜ ଖୋଦେଇ ସାରିଛନ୍ତି । ଗୁରୁବାର ତିନି ରଥର ସିଂହାସନ କାର୍ଯ୍ୟ ଆରମ୍ଭ ହୋଇଛି । ଠାକୁରଙ୍କ ସିଂହାସନରେ ପୂର୍ଣ୍ଣ କୁମ୍ଭ, ପଦ୍ମ, ଗଜ ମାଳ, ଡାଳି ଲତା ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ମୁଖ୍ୟ କରତି ସେବକ ରଣଜିତ୍‌ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଦେବଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି । ଓଝା ସେବକମାନେ ଯୋକା କଣ୍ଟା ଓ ନାହାକା କଣ୍ଟା ପ୍ରସ୍ତୁତ କରୁଛନ୍ତି ।

   Related Posts