ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ପାରମ୍ପରିକ ଲୋକ ବାଦ୍ୟରେ ଜାତୀୟ ସଙ୍ଗୀତ ଗାଈ ଚର୍ଚ୍ଚାରେ ଯୁବ କଳାକାର, ଛୁଟିଲା ପ୍ରଶଂସାର ସୁଅ

28/01/2023 at 8:33 AM

ନବରଙ୍ଗପୁର ୨୮/୦୧: ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା ବଜାଇ ନବରଙ୍ଗପୁରର ଜଣେ କଳାକାର ଜାତୀୟ ସଙ୍ଗୀତ ଗାନ କରିଥିବା ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଜିଲ୍ଲା ଏବଂ ଜିଲ୍ଲା ବହାରରୁ ଯୁବକଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି ।

ନବରଙ୍ଗପୁର ସହର ଗାନ୍ଧୀନଗରରେ ରହୁଥିବା ଆନନ୍ଦ କୁମାର ଦାସ ଆଞ୍ଚଳିକ ଆଦିବାସୀ ଭାଷାରେ ଅନେଜ ଆଲବମ କରି ଜିଲ୍ଲାବାସୀଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । କିନ୍ତୁ ଏଥର ସେ ଏକ ନିଆରା ପ୍ରୟାସ ସହ ବିଲୁପ୍ତ ହୋଇଯାଉଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ପାରମ୍ପରିକ ଆଦିବାସୀ ଲୋକ ବାଦ୍ୟ ଡୁମଡୁମା ଯାହାକି ଲାଉରେ ତିଆରି ଏକ ବାଦ୍ୟଯନ୍ତ୍ର ଏହାକୁ ପୁନଃର୍ଜିବିତ କରିବା ଉଦ୍ଧେଶ୍ୟରେ ଏହା ବଜାଇ ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନକୁ ନିଜ କଣ୍ଠରେ ଗାଈ ୟୁଟ୍ୟୁବରେ ଅପଲୋଡ଼ କରିବା ପରେ ରାଜ୍ୟର ସବୁ ଦିଗରୁ ତାଙ୍କର ଏହି ନିଆରା ପ୍ରୟାସ ପାଇଁ ପ୍ରଶଂସା ଓ ଶୁଭେଚ୍ଛା ଛୁଟିବାରେ ଲାଗିଛି।

   Related Posts