ଚରଣଜୀତ ସିଂହ ପଂଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ, ସିଏମ ଭାବେ ନେବେ ଶପଥ

Published By : Prameya-News7 Bureau | September 20, 2021 IST

ଚଣ୍ଡୀଗଡ଼ ୨୦/୦୯: ପଞ୍ଜାବକୁ ମିଳିଛି ନୂଆ ମୁଖିଆ । ଆଜିଠୁ ଚାଲିବ ନୂଆ ସିଏମଙ୍କ ରାଜୁତି । ଆଜି ନୁଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚକଣଜୀତ ସିଂହ । କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ଗତକାଲି ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା । ଚରଣଜୀତ ସିଂହ ଚନ୍ନୀ ଆଜି ଦିନ ୧୧ଟାରେ ପଦ ଓ ଗୋପନୀୟତାର ଶପଥ ନେବେ ।

ପଦ ଗୋପନୀୟତାର ଶପଥ ପାଠ କରାଯିବ । ଏହା ପୂର୍ବରୁ ସେ ଅମରିନ୍ଦର ସିଂହଙ୍କ ସରକାରରେ ସେ ପ୍ରଯୁକ୍ତିବଦ୍ୟା ଶିକ୍ଷା ଓ ଶିଳ୍ପ ତାଲିମ ମନ୍ତ୍ରୀ ଥିଲେ । କଂଗ୍ରେସର ପଂଜାବ ପ୍ରଭାରୀ ହରୀଶ ରାୱତ ସ୍ପଷ୍ଟ କରିଛନ୍ତି ଯେ, ପଂଜାବରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ସାଧାରଣ ଲୋକଙ୍କ ଅନୁସାରେ ରାଜ୍ୟରେ ୨ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦରକାର ।

ଏଥିପାଇଁ ଏବାବଦରେ ଦଳୀୟ ସୁପ୍ରିମୋଙ୍କ ସହିତ ଆଲୋଚନା କରି ନାମ ନିର୍ଦ୍ଧାରିତ କରାଯିବ । ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡିିଛି ବ୍ରହ୍ମା ମହିନ୍ଦ୍ରା ଓ ସୁଖଜିନ୍ଦର ରନ୍ଧାୱା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଚରଣଜୀତ ସିଂହ ଚନ୍ନୀ ପଂଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.