ବଜାରକୁ ଆସିଗଲା ଗୋବରରୁ ପ୍ରସ୍ତୁତ ପାଦୁକା : ପିନ୍ଧିଲେ ମାନସିକ ରୋଗ ଏବଂ ରକ୍ତଚାପରୁ ମିଳିବ ତୁରନ୍ତ ଉପଶମ

Published By : Prameya-News7 Bureau | February 26, 2020 IST

ଗୋବର ଚପଲ ଦ୍ବାରା ଏବେ ମାନସିକ ରୋଗ ଏବଂ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିବ। ଆନ୍ତର୍ଜାତୀୟ ଶିବରାତ୍ରି ମହୋତ୍ସବରେ ସରକାରୀ ପ୍ରଦର୍ଶନୀର ପଶୁପାଳନ ବିଭାଗର ଷ୍ଟୋଲରେ ଏହି ବିଶେଷ ଚପଲକୁ ପ୍ରଦର୍ଶିତ କରାଯାଇଛି। ଏହାକୁ ବୈଦିକ ଚରଣ ପାଦୁକା ନାଁ ଦିଆଯାଇଛି। ବିଶ୍ବରେ ଗୋବରରେ ହୋଇଥିବା ଏହା ପ୍ରଥମ ଚରଣ ପାଦୁକା। ଏହା ପିନ୍ଧିଲେ ବ୍ୟକ୍ତିଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିବ।

ମାଂସପେଶୀ ସଙ୍କୋଚନରୁ ମୁକ୍ତି ମିଳିବ ଏବଂ ମାନସିକ ରୋଗରୁ ମୁକ୍ତି ବ୍ୟତୀତ ଦୁଶ୍ଚିନ୍ତା,ଚିଡ଼ଚିଡ଼ାପଣରେ ମଧ୍ୟ ଗୋବରରେ ହୋଇଥିବା ପାଦୁକା ଲାଭଦାୟକ ସାବ୍ୟସ୍ତ ହେବ। ଏହା ପଛରେ ବୈଜ୍ଞାନିକ ଯୁକ୍ତି ଦିଆଯାଇଛି ଯେ ଗୋବରରେ ଜୀବାଣୁନାଶକ ଏବଂ ବିଷ ନାଶ କରୁଥିବା ଶକ୍ତି ରହିଛି। ଆଧୁନିକ ବିଜ୍ଞାନରେ ମଧ୍ୟ ଗୋବରର ଏହି ଗୁଣ ବିଷୟରେ କୁହାଯାଇଛି।

ଏପରିକି ବିଷାକ୍ତ ଭାଇରସକୁ ମଧ୍ୟ ଗୋବର ନଷ୍ଟ କରିଥାଏ  । ଏହି ଗୁଣ କାରଣରୁ କିଛି ବର୍ଷ ତଳେ ପୂର୍ବ ଇଟାଲୀର ବୈଜ୍ଞାନିକମାନେ ଏକ ଅନୁଧ୍ୟାନ କରି କହିଥିଲେ ଯେ ଟିବି ସେନିଟୋରିୟମରେ ଅତି କମରେ ଗୋବରର କିଛି ଲେପ ରଖାଗଲେ ଭାଇରସ୍ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଇଥାଏ।

ଏହି ଗୋବରର ପାଦୁକା ପିନ୍ଧୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ। ଅନେକ ରୋଗରୁ ମୁକ୍ତି ମିଳିଥାଏ।

ଚରଣ ପାଦୁକାକୁ ପ୍ରସ୍ତୁତ କରିବା ପାଇଁ ଗୋବରକୁ ଛାଣି ଏଥିରେ ପ୍ରାକୃତିକ ତେଲକୁ ମିଶାଯାଇଛି। ଶୁଖିଗଲେ ଏହି ତେଲ ମିଶ୍ରିତ ଗୋବରକୁ ମେସିନରେ ପ୍ରେସ୍ କରି ଚରଣ ପାଦୁକାର ଆକାର ଦିଆଯାଇଛି।

ଗୋବରରେ ନିର୍ମିତ ବୈଦିକ ଚରଣ ପାଦୁକାର ଚାହିଦାକୁ ଧ୍ୟାନରେ ରଖି ଏହାର ବଜାର ମୂଲ୍ୟ ୭୦୦ଟଙ୍କା ରଖାଯାଇଛି। କିନ୍ତୁ ଷ୍ଟଲରେ ଏହାକୁ ସ୍ୟାମ୍ପଲ୍ ହିସାବରେ ରଖାଯାଇଛି। ଅଧିକ ଚାହିଦା ବଢ଼ିଲେ ଏହାକୁ ବଜାରକୁ ଛଡ଼ାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.