କଳାହାଣ୍ଡିରେ ପୁଣି ଦାଦନ ଦୁଃଖ : ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ, ଆଉ ଫେରିଲେନି

Published By : Prameya-News7 Bureau | June 10, 2023 IST

ଧର୍ମଗଡ଼ ୧୦।୦୬ : କଳାହାଣ୍ଡିରେ ପୁଣି ଦାଦନ ଦୁଃଖ । ଗାଁକୁ ଫେରିଛି ଦାଦନ ଶ୍ରମିକଙ୍କ ମୃତ ଶରୀର l ମୃତକଙ୍କ ନାମ ଚରଣ ମାଝୀ ବୋଲି ଜଣାପଡିଛି । ପୁରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

wp:embed {"url":"https://www.prameyanews7.com/elephant-attack-at-dhenkanal-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/elephant-attack-at-dhenkanal-2/
/wp:embed

ଖବର ଅନୁଯାୟୀ, ଘର ଆର୍ଥିକ ସ୍ଥିତି ସୁଧାରିବା ଏବଂ ରୋଜଗାର ଆଶାରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା  ନୂଆଗାଁର ବାସୁ ମାଝୀଙ୍କ ପୁଅ ଚରଣ ମାଝୀ ସିକନ୍ଦରାବାଦ୍‌ ଯାଇଥିଲେ । ଗତ ମେ ମାସରେ କାମ କରିବାକୁ ବାହାର ରାଜ୍ୟକୁ ଯାଇଥିଲେ।

wp:embed {"url":"https://www.prameyanews7.com/incident-happen-in-balesore-goods-train/","type":"wp-embed","providerNameSlug":"prameya-news-7"}
https://www.prameyanews7.com/incident-happen-in-balesore-goods-train/
/wp:embed

ଶୁକ୍ରବାର ଦିନ ହଠାତ୍‌ ଚରଣ ମାଝୀଙ୍କ ଦେହ ଅସୁସ୍ଥ ହୋଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି । ତେବେ ମୃତ୍ୟୁର ଖବର ପାଇବା ପରେ ପରିବାର ଏବଂ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି l

You Can Read :

wp:embed {"url":"https://www.prameyanews7.com/varun-tej-and-lavanya-tripathi-got-engaged-couple-shared-pictures/","type":"wp-embed","providerNameSlug":"prameya-news-7"}
https://www.prameyanews7.com/varun-tej-and-lavanya-tripathi-got-engaged-couple-shared-pictures/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.