ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇବାକୁ ଶନିବାର ଦିନ ଜପ କରନ୍ତୁ ଏହି ମନ୍ତ୍ର

Published By : Prameya-News7 Bureau | December 05, 2020 IST

ଭୁବନେଶ୍ୱର ୦୬୫/୧୨ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ଏକ ବିଶେଷତ୍ୱ ରହିଛି। ଶନିବାର ଦିନ ଶନିଦେବଙ୍କୁ ପୂଜା କରିବାର ବିଧାନ ରହିଛି। ଶନିଦେବଙ୍କ ପୂଜା କଲେ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ। ଯେଉଁମାନଙ୍କ କୁଣ୍ଡଳୀରେ ସାଢ଼େସାତୀ ଚାଲିଥାଏ ସେମାନେ ଶନିଦେବଙ୍କୁ ପୂଜା କରିବା ଉଚିତ। ଏହା ଦ୍ୱାରା ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ। ଶନିଦୋଷରୁ ମୁକ୍ତି ପାଇଁ ମୂଳ ନକ୍ଷତ୍ରଯୁକ୍ତ ଶନିବାରରୁ ଆରମ୍ଭ କରି ୭ ଶନିବାର ଯାଏଁ ଶନିଦେବଙ୍କ ପୂଜା ସହ ବ୍ରତ ପାଳନ କରିବା ଉଚିତ। ସମ୍ପୂର୍ଣ୍ଣ ନିୟମ ଅନୁସାରେ ବ୍ରତ ପାଳନ କଲେ ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଦୁଃଖ ଦୂର ହୋଇଥାଏ। ଶନିଦେବଙ୍କ କ୍ରୋଧରୁ ବଞ୍ଚିବା ପାଇଁ ନିହାତି ଆବଶ୍ୟକ। ନଚେତ ମନୁଷ୍ୟ ଜୀବନରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ଅନେକ ପ୍ରକାର ଦୋଷ ଲାଗିଥାଏ। ଶନିଦେବଙ୍କ ପୂଜା ସମୟରେ କିଛି ବିଶେଷ ମନ୍ତ୍ର ପାଠ କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ମନ୍ତ୍ର ହେଲା:

{"id":372841,"sizeSlug":"large"}

ଓଁ ଶନ୍ନୋଦେବୀରଭିଷ୍ଟୟ ଆପୋ ଭବନ୍ତୁ ପୀତୟେ ଶନ୍ୟୋରଭିସ୍ତବନ୍ତୁ ନଃ

ଓଁ ପ୍ରାଂ ପ୍ରିଂ ପ୍ରୋଂ ଶଃ ଶନିଶ୍ଚରାୟ ନମଃ

ଓଁ ଏଂ ହ୍ଲିଂ ଶ୍ରୀଶନିଶ୍ଚରାୟ ନମଃ

କୋଣସ୍ଥ ପିଙ୍ଗଲୋ ବଭ୍ରୁ , କୃଷ୍ଣୋ ରୋୖଦ୍ରୋନ୍ତକୋ ୟମଃ , ସୌରିଃ ଶନିଶ୍ଚରୋ ମଦଂ ପିପ୍ପଲାଦେନ ସଂସ୍ତୁତଃ

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.