ବିଜୁ ସ୍ବାସ୍ଥ୍ୟ କଳ୍ୟାଣ ଯୋଜନାରେ ହେଲା ପରିବର୍ତ୍ତନ: ବାହାର ରାଜ୍ୟରେ ଚିକିତ୍ସା ପାଇଁ ମଧ୍ୟ ମିଳିବ ଆର୍ଥିକ ସହାୟତା

Published By : Prameya-News7 Bureau | October 27, 2018 IST

ଭୁବନେଶ୍ବର ୨୭|୧୦: ବାହାର ରାଜ୍ୟରେ ରହୁଥିବା ଲୋକେ, ବିଜୁ ସ୍ବାସ୍ଥ୍ୟ କଳ୍ୟାଣ ଯୋଜନାରେ ସୁବିଧା ପାଇପାରିବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏପରିକି ଯେଉଁମାନଙ୍କର ଆୟ ବାର୍ଷିକ ୩ ଲକ୍ଷ ହୋଇଥିବ ସେମାନେ ବି କ୍ୟାନସର, ହାର୍ଟ ଏବଂ କିଡନୀ ଭଳି ରୋଗର ଚିକିତ୍ସା କରିପାରିବେ। ବାହାର ରାଜ୍ୟର ମେଡିକାଲକୁ ଚିକିତ୍ସା ପାଇଁ ରେଫର ହେଲେ  ତାର ଖର୍ଚ୍ଚ ମଧ୍ୟ ଭରଣା କରାଯିବ। ତେବେ ସରକାରଙ୍କ ଏପରି ଘୋଷଣାକୁ ବିରୋଧୀ କରିଛନ୍ତି ସମାଲୋଚନା ।…. ବିଜୁ ସ୍ବାସ୍ଥ୍ୟ ଯୋଜନାରେ ରାଜ୍ୟ ବାହାରେ ମିଳିବ ଚିକିତ୍ସା ସୁବିଧା। ଯେଉଁମାନେ ରାଜ୍ୟ ବାହାରେ ରହୁଛନ୍ତି  ସେମାନେ ସେହି ରାଜ୍ୟର ସରକାରୀ ଡାକ୍ତର ଖାନାରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇପାରିବେ। ଖୁବଶୀଘ୍ର ବେସରକାରୀ ମେଡିକାଲକୁ ମଧ୍ୟ ଏଥିରେ ସାମିଲ କରାଯିବ । ଆଜି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ବାହାରେ ଟାଟା ମେମୋରିଆଲ ହସ୍ପିଟାଲ, ମୁମ୍ବାଇ, ସିଏମସି, ଭେଲୋର, ନାରାୟଣ ହୃଦୟାଳୟରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ହୋଇପାରିବେ। କ୍ୟାନସର, କିଡନୀ ଏବଂ ହାର୍ଟ ରୋଗର ଚିକିତ୍ସା ପାଇଁ ହିତାଧିକାରୀଙ୍କ ଆୟର ସୀମା ୧ ଲକ୍ଷ ଟଙ୍କରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ବାହାରକୁ ରେଫର ହେଲେ ସେଥିପାଇଁ ରୋଗୀଙ୍କୁ ବାଟ ଖର୍ଚ୍ଚ ବାବଦରେ ୨ ହଜାର ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ବିରୋଧୀ । ବିଜେପି ଲୋକଙ୍କ କୋର୍ଟକୁ ବଲ ଫିଙ୍ଗିଛି। ଆୟୁଷମାନ ଯୋଜନା ଭଲ ନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ତାହା ଲୋକଙ୍କ ଉପରେ ଛାଡି ଦିଆଯାଉ ବୋଲି କହିଛି ବିଜେପି। ଏପଟେ କଂଗ୍ରେସ ଉଭୟଙ୍କୁ ସମାଲୋଚନା କରିଛି। ଲୋକଙ୍କ ସ୍ବାସ୍ଥ୍ୟ କଥା ବିଜେଡି, ବିଜେପି ଚିନ୍ତା କରୁନାହାନ୍ତି, କେବଳ ରାଜନୀତି କରିବା ପାଇଁ ଏହି ଯୋଜନା କରିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।.. ଆୟୁଷ୍ମାନ ବନାମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ରାଜ୍ୟ ସରକାରଙ୍କ ଯୁକ୍ତି,  କେନ୍ଦ୍ରର ଆୟୁଷ୍ମାନ ଯୋଜନାଠାରୁ ନିଜସ୍ବ ଯୋଜନା ଭଲ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୪ ହଜାର ୩୬ ରୋଗ ଚିକିତ୍ସା କରିବା ପାଇଁ ସୁବିଧା ଥିବାବେଳେ ଆୟୁଷ୍ମାନ ଯୋଜନାରେ ୧୩୪୩ଟି ରୋଗର ଚିକିତ୍ସା ହୋଇପାରିବ। ବର୍ତ୍ତମାନ ସୁଦ୍ଧା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧ କୋଟି ଲୋକ ସୁବିଧା ନେଇସାରିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.