ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା

Published By : Prameya-News7 Bureau | February 02, 2023 IST

ଭୁବନେଶ୍ୱର ୦୨/୦୨: ଓଡ଼ିଶା ଅଗ୍ନିଶମ ବିଭାଗ ନାଁକୁ ପରିବର୍ତ୍ତନ କରାଯାଇଛି। ଏହାର ନାଁ ବଦଳାଇ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଭାବେ ନାମକରଣ କରାଯାଇଛି। ଏନେଇ ଓଡ଼ିଶା ଗ୍ୟାଜେଟ୍‌ରେ ଜାନୁଆରୀ ୨୭ ତାରିଖ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା।  

ସୂଚନାଥାଉକି, ପୂର୍ବରୁ ଅଗ୍ନିକାଣ୍ଡ, ବନ୍ୟା, ବାତ୍ୟା ଓ ପ୍ରାକୃତିକ ଦୈବି ଦୁର୍ବିପାକ ବେଳେ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଉଥିଲା। ହେଲେ ଏନେଇ କୌଣସି ବିଧି ସମ୍ମତ ମାନ୍ୟତା ନଥିଲା। କିନ୍ତୁ ଏଥର ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର କାର୍ଯ୍ୟ, ରିଲିଫ ଓ ପୁନରୁଦ୍ଧାର ପାଇଁ ଏହି ବିଭାଗକୁ ନିୟୋଜିନ କରିବବାକୁ ଆଇନଗତ ମାନ୍ୟତା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.